ସୁନ୍ଦରଗଡ ତା:୨୧/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତକାଲି ତଳସରା ରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଗଜାଧର ମାଝୀଙ୍କ ୧୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଗତକାଲି ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିସଙ୍କରା ବ୍ଲକର ତଳସରା ବସଷ୍ଟାଣ୍ଡ ନିକଟରେ ଥିବା ସ୍ଵର୍ଗତ ଗଜାଧର ମାଜୀଙ୍କ ପ୍ରତିମୂର୍ତ୍ତି ରେ ପୂର୍ବତନ ତଳସରା ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝୀ ଫୁଲ ପୁଷ୍ପ ଦେବା ସହ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସବଡେଗା କଂଗ୍ରେସ ବ୍ଲକ ସଭାପତି ଶୁଭେନ୍ଦୁ କୁମାର ନାଏକ ଯୋଗ ଦେବା ସହ ସୁଧାଂଶୁ ପଶାୟତ, ଗଣେଶ ମାଝୀ,ବଳରାମ ନାଏକ,ବାଙ୍କୋବିହାରି ମାଝୀ, ଅନାମ ଟେଟେ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ସ୍ବର୍ଗତ ଗଜାଧର ମାଝୀଙ୍କ କୃତିତ୍ୱ ତଳସରା ପାଇଁ ଅତୁଲନିୟ । ସେ ଯେପରି ପରୋପକାରୀ ,ସେବାମନୋବୃତି ପରାୟଣ ଥିଲେ ନିଜକୁ ସେ ଭଳି ଗଢିତୋଳିବା ସହିତ ଅଞ୍ଚଳର ବିକାଶ କ୍ଷେତ୍ରରେ ନିଜର ସହଯୋଗ କୁ ସବୁବେଳେ ମନେ ରଖିବେ ସେ ବିଷୟରେ ଶ୍ରୀଯୁକ୍ତ ଡକ୍ତର ମାଝୀ ନିଜ ବକ୍ତବ୍ୟରେ କହିଥିଲେ
ପୂର୍ବତନ ତଳସରା ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଗଜାଧର ମାଝୀଙ୍କ ୧୯ ତମ ତିରୋଧାନ ଦିବସ ପାଳିତ
|
May 21, 2025 |
