ପୁରାଣ ପ୍ରସିଦ୍ଧ ବେଦୀହୁଡା ମିଳନ ଉଦ୍ୟାପିତ

Spread the love

ଚଣ୍ଡିଖୋଲ, ୧୧/୩/୨୦ (ସନ୍ଧାନ ନିଉଜ) : ବଡଚଣା ବ୍ଲକ ଅନ୍ତର୍ଗତ ଧର୍ମରାଜ ଯୁଦ୍ଧିଷ୍ଟିରଙ୍କ ବିବାହ ବେଦୀ ରୂପରେ ପରିଚିତ ଦେଉଳକୁର ଗ୍ରାମର ବେଦୀହୁଡା ଠାରେ ପୁରାଣ ପ୍ରସିଦ୍ଧ ଓ ମାଳିକା ବର୍ଣ୍ଣିତ ମିଳନ ଆଜି ଉଦଯାପିତ ହୋଇଯାଇଛି । ଶହେ ବର୍ଷରୁ ଉର୍ଦ୍ଧ ସମୟଧରି ଏହି ମିଳନ ପ୍ରତିବର୍ଷ ଏଠାରେ ପାଳନ ହୋଇଆସୁଛି । ଗ୍ରାମବାସୀଙ୍କ ସହଯୋଗରେ ଚଳିତ ବର୍ଷ ରବିବାର ରାତିରୁ ଆଖପାଖ ଅଂଚଳର ପ୍ରାୟ ୧୫ରୁ ଉର୍ଦ୍ଧ ବିମାନ ବିଭିନ୍ନ ସାଜସଜ୍ଜା ଓ ବାଦ୍ୟ ଏବଂ ଆତଶବାଦୀ ସହକାରେ ସ୍ଥାନୀୟ କାଞ୍ଜିଆ ବଜାରରୁ ରୋଷଣୀ କରି ଦୋଳମଣ୍ଡପ ନିକଟରେ ପହଞ୍ଚିଥିଲେ । ଦେଉଳକୁର ଗ୍ରାମର ଥାନପତି ଭାବେ ପରିଚିତ ରାହାସବିହାରୀ ଜିଉ ପ୍ରଥମେ ଦୋଳମଣ୍ଡପରେ ବିଜେ କରିବା ପରେ ଅନ୍ୟ ଜିଉ ମାନେ ସେଠାରେ ବିଜେ କରିଥିଲେ । ପଣ୍ଡିତଙ୍କ ଦ୍ୱାରା ଯଥାରୀତି ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ଭାଗ୍ୟଧର ପ୍ରଧାନ,ସମିତିସଭ୍ୟ ରବିନ୍ଦ୍ର ନାଥ ଦାଶ,ଶିକ୍ଷାବିତ ଦୈତାରୀ ରଣା,ପ୍ରଭାକର ପ୍ରଧାନ,ତପନ ରାଉତ,ଅବିନାଶ ରାଉତ,କାର୍ତ୍ତିକ ଚନ୍ଦ୍ର ପ୍ରଧାନ,ଶିବପ୍ରସାଦ ରାଉତ,ରବିନ୍ଦ୍ର ପ୍ରଧାନ ପ୍ରମୁଖ କମିଟି ସମସ୍ତ କର୍ମକର୍ତ୍ତା ଉପସ୍ଥିତଥିଲେ । ବଡଚଣା ଥାନା ପକ୍ଷରୁ ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନିଦେ୍ର୍ଧଶରେ ପୁଲିସ ଟିମ ମିଳନ ପଡିଆରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

Related Posts

About The Author

Add Comment