ପୁଣି ଯାଜପୁର ଜିଲ୍ଲାକୁ ଘୋଟି ଆସିଲା ଲଜ୍ଜାର କଳାବାଦଲ, ଲାଗିଲା ଦୁର୍ଷ୍କମର ଛିଟା; ନାବାଳିକାକୁ ଦୀର୍ଘଦିନ ଧରି ଦୁର୍ଷ୍କମ କରାଯାଇଥିବା ଅଭିଯୋଗ

 ପୁଣି ଯାଜପୁର ଜିଲ୍ଲାକୁ ଘୋଟି ଆସିଲା ଲଜ୍ଜାର କଳାବାଦଲ, ଲାଗିଲା ଦୁର୍ଷ୍କମର ଛିଟା
ପୁଣି ଲାଗିଲା ଦୁର୍ଷ୍କମର ଛିଟା
ଯାଜପୁର ୨୮/୦୨ (ସନ୍ଧାନ ନିୟୁଜ)  ଗୋଟିଏ ପରେ ଗୋଟିଏ ଦୁର୍ଷ୍କମ ଘଟଣା ଜିଲ୍ଲାର ଆଇନ ଶୁଙ୍ଖଳାକୁ ପଦାରେ ପକାଉଥିବା ବେଳେ ପୁଣି ନାବାଳିକାକୁ ଦୀର୍ଘଦିନ ଧରି ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ଆସିଛି । କୁଆଖିଆ ଥାନା ଅଂଚଳର ଜୈନିକ ନାବାଳିକାକୁ ଗ୍ରାମଭିତରୁ ଟେକି ଦେଇ ଏକ ବିଲିଡିଂଗରେ ଦିନଦିନ ଧରି ଖରାପ କାମ କରୁଥିଲେ । କୌଣସି ମତେ ଝିଅଟି ଅପହର୍ତାଙ୍କ କବଳରୁ ଖସି ଆସି ପରିବାରକୁ ଜଣାଇବା ପରେ ପରିବାର ପକ୍ଷରୁ କୁଆଖିଆ ଥାାନାରେ ଏତଲା ଦିଆଯାଇଛି । ଥାନା ପକ୍ଷରୁ କେସ ନମ୍ବର ୬୮/୨୦ରେ ଏକ ମାମଲା ରୁଜୁ କରୀ ତାକୁ ସଖୀ ଗୃହରେ ଛାଡିଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ଏସବୁ କଣ ପାଇଁ
ଜିଲ୍ଲା ପୋଲିସ କଣ କରୁଛି । ଗ୍ରାମଭିତରୁ ଝିଅ ମାନଙ୍କୁ ଅପହରଣ କରାଯାଉଥିବା ବେଳେ ପୋଲିସ ତତ୍ପରତା ପ୍ରକାଶ ନକରି କେବଳ କେସ ରୁଜୁ କରି ବସି ରହିଛି କଣ ପାଇଁ । ଏଭଳି ତମାମ ପ୍ରଶ୍ନ ପୋଲିସ ଉପରକୁ ଆଙ୍ଗୁଳି ନିଦେ୍ର୍ଧଶ କରୁଥିବା ବେଳେ ପୋଲିସ ପାଇଁ ଏହି ଘଟଣା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ବୁ୍ୟରୋ ରିପୋର୍ଟ ସନ୍ଧାନ ନିୟୁଜ

Related Posts

About The Author

Add Comment