ପିକ୍ଅପ ଭ୍ୟାନ୍ ସହ ବାଇକ୍ ଧକ୍କା, ୨ଗୁୁରତର

Spread the love

ରସୁଲପୁର, ୪/୬(ସନ୍ଧାନ ନିୟୁଜ୍/ଗିତାଞ୍ଜଳୀ ପତି) କୁଆଖିଆ ଥାନା ଅନ୍ତର୍ଗତ ବାରବାଟୀ-ସିଂହାପୁର ରାସ୍ତାର ସିଂହାପୁର ପଂଚାୟତର ଜଗନ୍ନାଥପୁର ଗାଁ ନିକଟରେ ଆଜି ସଂଧ୍ୟା ୬ଟା ସମୟରେ ପିକ୍ଅପ ଭ୍ୟାନ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ ଚାଳକ ଦ୍ୱୟ ବାରବାଟୀ ବଜାରୁ ଧାନପେଡା ସାରି ଘରକୁ ଫେରୁ ଥିବା ରାସ୍ତାରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ଦେଖଣାହାରୀଙ୍କ ଠାରୁ ଜଣାପଡିଛି । ଉକ୍ତ ଦୁର୍ଘଟଣାରେ ବାଇକ ଆରୋହୀ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତକମାନେ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଓଡିଶୋ ପଂଚାୟତ କରଞ୍ଜିଆରୀ ଗ୍ରାମର ବୈରାଗୀ ସାମଲଙ୍କ ପୁଅ କାଳିଆ(୨୮), ତୋଫାନ ସାମଲଙ୍କ ପୁଅ ଆକାଶ(୨୦) ବୋଲି ଜଣାପଡିଛି । ଆହତକମାନଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ଦ୍ୱୟଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ କୁଆଖିଆ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଭ୍ୟାନ ଓ ବାଇକ୍କୁ ଜବତ କରି ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment