ତିହିଡ଼ି : ୨୩/୧୧/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ବିରଞ୍ଚି ନାରାୟଣ ମନ୍ଦିର ପରିସର ରେ ଥିବା ଜଗନ୍ନାଥ ମନ୍ଦିର ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ୨୦୦୦ ଭକ୍ତ ଙ୍କୁ ମହା ପ୍ରସାଦ ଯୋଗାଇ ଦେବାକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି କରିଛି। ରାତ୍ର ତିନିଟା ବେଳୁ ଏହି ମହା ପ୍ରସାଦ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କମିଟି ର ସମ୍ପାଦକ ଓ ସଭାପତି ଏକ ଜରୁରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ସମସ୍ତେ ସହଯୋଗ କରିବା ପାଇଁ କମିଟି ତରଫ ରୁ ନିବେଦନ କରା ଯାଇଛି। ଯେଉଁ ସଭ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନେ ହେଲେ ଧନେଶ୍ଵର ବିଶ୍ଵାଳ, ପ୍ରଶାନ୍ତ ପଲେଇ, ଅକ୍ଷୟ କୁମାର ଦାଶ, ସରୋଜ କୁମାର ଦାସ, ପ୍ରବୀର ନାୟକ, ମନୋଜ ପାତ୍ର, ଦିବାକର ସାମଲ, ଆନନ୍ଦ ନାୟକ, ଅନ୍ତର୍ଯ୍ୟାମୀ ନାୟକ, ଉଦୟ ନାଥ ଦାସ, ନବ କିଶୋର ଦାସ, ନିମାଇଁ ଚରଣ ଦାସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଜଗନ୍ନାଥ କମିଟି ର ଏଭଳି କାର୍ଯ୍ୟ କୁ ସମାଜ ସେବୀ ପୁଷ୍ପକାନ୍ତ ନାୟକ ସ୍ଵାଗତ କହିଛନ୍ତି।
ପାଳିଆ ଜଗନ୍ନାଥ ମନ୍ଦିର ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ୨୦୦୦ ହଜାର ରୁ ଅଧିକ ଭକ୍ତ ଙ୍କୁ ମିଳିବ ମହା ପ୍ରସାଦ।
|
November 23, 2026 |



