ପାଖେଇ ଆସୁଛି ଫାଶୀ ତାରିଖ : ଏବେ ତାକୁ ଭୟ ଲାଗୁଛି ! କାନ୍ଥରେ ମୁଣ୍ଡ ପିଟିଲା ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆ ଦିଲ୍ଲୀ ୨୧/୦୨ (ସନ୍ଧାନ ନିୟୁଜ): ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା(Nirbhaya Rape and murder case)ରେ ଜଣେ ଦୋଷୀ ବିନୟ ଶର୍ମା (Vinay Sharma) ତିହାଡ଼ ଜେଲ(Tihat Jail)ରେ ନିଜକୁ ଆହତ କରିଛି। ବିନୟ ଜେଲ କାନ୍ଥରେ ନିଜ ମୁଣ୍ଡକୁ ପିଟି ନିଜକୁ ଆହତ କରିଛି।

ଜେଲ ଅଧିକାରିମାନଙ୍କ କହିବା ଅନୁସାରେ ବିନୟ ୧୬ ଫେରୃଆରୀରେ ନିଜର ମୁଣ୍ଡକୁ ଜେଲ କାନ୍ଥରେ ପିଟି ଦେଇଥିଲା। ଅବଶ୍ୟ ତାକୁ ସାଧାରଣ ଆଘାତ ଆସିଛି।

ଉଲ୍ଲେଖନୀୟଯେ, ନିର୍ଭୟା କେସର ଚାରି ଦୋଷିମାନଙ୍କୁ ୩ ମାର୍ଚ୍ଚରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବ୍ଲାକ ୱାରେଣ୍ଟ ଜାରୀ କରାଯାଇଛି। କିନ୍ତୁ ଏହା ପୂର୍ବରୁ ଦୁଇ ଦୁଇଥର ଡେଥ ୱାରେଣ୍ଟ ଜାରୀ କରାଯିବା ସତ୍ତ୍ୱେ ବିଭିନ୍ନ ଆଇନଗତ ବିକଳ୍ପ ବ୍ୟବହାର କରି ଦୋଷୀମାନେ ଫାଶୀ ତାରିଖକୁ ଘୁଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। କିନ୍ତୁ ବର୍ତ୍ତମାନ ଚାରିଜଣଙ୍କ ମଧ୍ୟରୁ ତିନିଜଣ ଦୋଷୀଙ୍କର ସମସ୍ତ ବିକଳ୍ପ ସମାପ୍ତ ହେବାପରେ ଜଣେ ଦୋଷୀର ଆଉ ଦୁଇଟି ଆଇନଗତ ବିକଳ୍ପ ବାକୀ ଅଛି। ତେେବ ଫାଶୀ ଦଣ୍ଡର ସମୟ ପାଖେଇ ଆସୁଥିବା ବେଳେ ଭୟରେ ତିହାର ଜେଲରେ ଦିନ ଗଣୁଛନ୍ତି ଦୋଷୀମାନେ।

Related Posts

About The Author

Add Comment