ପରିବା ମାର୍କେଟ କୁ ନେଇ ଟ୍ରାଫିକ ସମସ୍ୟା, ପୌରପାଲିକା ଚୁପ୍

Spread the love

ସୁନ୍ଦରଗଡ ତା:୧୯/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାର ଜେଲ ରୋଡ ରାସ୍ତାରୁ ବି. ଏସ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଦିନ ତମାମ ପରିବାବିକ୍ରିକୁ ନେଇ ଟ୍ରାଫିକ ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ସପ୍ତାହରେ ବୁଧବାର ସହିତ ରବିବାର ଦିନ ତମାମ ପରିବା ବିକ୍ରିକୁ ନେଇ ଟ୍ରାଫିକ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଏହି ସ୍ଥାନ ପୌରପାଲିକା ସମ୍ମୁଖରେ ଥାଇ ମଧ୍ୟ ଲୋକେ ନାହିଁ ନ ଥିବା ଅସୁବିଧା ପ୍ରଶାସନ ପାଇ ଏକ ବଡ ପ୍ରଶ୍ନ? ସୁନ୍ଦରଗଡ ଟାଉନ ର ପରିବା ମାର୍କେଟ ପାଇଁ ଏକ ସ୍ବତନ୍ତ୍ର ସୁବିଧା ନ ହୋଇ ପାରିବା ଜିଲ୍ଲା ପ୍ରଶାସନ ତଥା ପୌରପାଲିକା ର ଅପାରଗତାକୁ ଦର୍ଶାଉଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇଛି । ଏହି ଟ୍ରାଫିକ ସମସ୍ୟାକୁ ନେଇ ରୋଗୀଙ୍କ ଆମ୍ବୁଲାନ୍ସ ଯୋଗେ ଯିବା ଆସିବା ସହ ଛାତ୍ର ଛାତ୍ରୀଙ୍କ ସ୍କୁଲ ଯିବା ଆସିବାରେ ବିଶେଷ ଅସୁବିଧା ଦେଖିବାକୁ ହେଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଦୁଇ ଚକିଆ ଯାନ ଠିଆ ରହୁଥିବା ପ୍ରତିଟି ମୁହୂର୍ତ୍ତରେ ଦୁର୍ଘଟନା ଉପୁଜିବାର ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ପାରିବା ବିକାଳୀ ସହିତ ସ୍ଥାନୀୟ ଲୋକେ ଏହାର ସ୍ଥାୟୀ ସମାଧାନ ପାଇଁ ଅନେକ ସମୟରୁ ଦାବି ଜଣାଉଥିବା ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment