ପଟ୍ଟା ନାହିଁ ବୋଲି ମିଳୁନି ଘର: ପର ଗୁହାଳରେ ମା ସହ ଭିନ୍ନକ୍ଷମ ଯୁବକ

Spread the love

ଯାଜପୁର, ୧/୧୦ (ସନ୍ଧାନ ନିୟୁଜ) ବିଜେଡି ସରକାର ର ଦୀର୍ଘ ୨୦ ବର୍ଷ ଶାସନ ମଧ୍ୟରେ ଜନସାଧାରଣ ବିଶେଷ କରି ଅବହେଳିତଙ୍କ ପାଇଁ ରାଜ୍ୟରେ ହଜାର ହଜାର ଯୋଜନା ସରକାର କରିଛନ୍ତୁ । ମା ଗର୍ଭାଶୟରୁ ଏପରିକି ମଶାଣୀ ପର୍ଯ୍ୟନ୍ତ କେବଳ ଯୋଜନା ହିଁ ଯୋଜନା । କିନ୍ତୁ ବାସ୍ତବିକ ଦୁଃଖ ଏବଂ ପରିତାପର କଥା ଯୋଜନାର ସୁଫଳ ନା ପହଞ୍ଚୁଛି ଜନସାଧାରଣଙ୍କ ପାଖେ ନା ସମସ୍ତ ଯୋଜନାର ସୁବିଧା, ଲାଭ ନେଉଁଛନ୍ତି ଜନସାଧାରଣ । କଥା କଥାରେ ଭାଷଣ, କଥା କଥାରେ ବାହାସ୍ପୋଟ୍ ।ସରକାର କହୁଛନ୍ତି ବାସହୀନଙ୍କୁ ବିଜୁ ପକ୍କାଘର ଯୋଜନାରେ ସାମିଲ୍ କରିବା ଉଚିତ୍ । କିନ୍ତୁ ସରକାର ବୋଧେ ଏ କଥା ଚିନ୍ତା କରିବାକୁ ଭୂଲି ଯାଇଛନ୍ତି, ପଟ୍ଟାହୀନ ମାନେ ଶତ ପ୍ରତିଶତ ବାସହୀନ ହୋଇଥିଲେ ମଧ୍ୟ ସେମାନଙ୍କୁ ଘରେ ଖଣ୍ଡେ ମିଳିପାରିବନି ବୋଲି ।

ଘଟଣା ଘଟିଛି ଇସ୍ପାତ ରାଜଧାନୀ ସୁକିନ୍ଦା ନିର୍ବାଚନମଣ୍ଡଳୀର ଆଦର୍ଶ ପଞ୍ଚାୟତ ହାତୀବାରି ପଞ୍ଚାୟତର ଖୋଦ୍ ହାତୀବାରି ଗ୍ରାମରେ । ଡାଳିମ୍ବ ମଳିକ । ବୟସ 70 ଛୁଇଁଲାଣି । ସ୍ବାମୀ କେଉଁ କାଳରୁ ପର ଦୁନିଆକୁ ଗଲାଣି ତା’ର ଖୋଜ ଖବର ନାହିଁ ।ଘର କହିଲେ ବୋଧିରାମ ମଳିକର ଗୁହାଳ ତା’ ପାଇଁ ଆଶ୍ରୟସ୍ଥଳୀ ।ଘରେ ତାର ଜଣେ ବିକଳାଙ୍ଗ ପୁଅ । ଜମି ନାହିଁ, ପଟ୍ଟାଶୂନ୍ୟ ସେ ।ଗାଁ ବାଲାଙ୍କ ସହାୟତାରେ ଦୀର୍ଘ ୫ ବର୍ଷ ତଳେ ଗୋଟିଏ ଅନାବାଦୀ ଯାଗାରେ ଘର କରିବା ପାଇଁ ଆବାସ ଯୋଜନାରେ ସାମିଲ୍ ହୋଇଥିଲା । କିନ୍ତୁ ଗାଁ ର କୁଜିନେତା,ଟାଉଟର, ଏବଂ ଦଲାଲ୍ ଘର ନାଁ ରେ ଆସିଥିବା ବିଲ୍ କୁ ହଡପ କରି ଦେଇଥିଲେ । ବିଧାୟକଙ୍କୁ ଗୁହାରି ପରେ ମଧ୍ୟ ଦୀର୍ଘ ୫ ବର୍ଷ ହେଲାଣି ପ୍ରଶାସନ ଏବଂ ରାଜନେତା ଉଭୟ ଚୁପ୍ ।

ଦୁଃଖ ଲାଗୁଛି ସୁକିନ୍ଦା ବ୍ଲକ୍ ଆଦର୍ଶ ପଞ୍ଚାୟତ ହାତୀବାରି ଗ୍ରାମପଞ୍ଚାୟତର ଖୋଦ୍ ହାତୀବାରିର ଅବସ୍ଥା ଯଦି ଏମିତି ତେବେ ସୁକିନ୍ଦା ପଞ୍ଚାୟତର ଅନ୍ୟାନ୍ୟ ପଞ୍ଚାୟତରେ କ’ଣ ଘଟୁଥିବ ତାହା ସର୍ବସାଧାରଣରେ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି । ଅସହାୟା, ବିଧବା ଡାଳିମ୍ବ ପାଇଁ ଆବାସ ଖଣ୍ଡେ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦୃଢ ଦାବୀ କରୁଛନ୍ତି

Related Posts

About The Author

Add Comment