ସୁନ୍ଦରଗଡ଼ ତା:୨୦/୦୫/୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ସରକାର ରାଜ୍ୟ ତଥା ସାରା ଦେଶ ରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମର ବିଭିନ୍ନ କାର୍ଯ୍ୟାଳୟ ସମୁଖରେ ଅଳିଆ ଆବର୍ଜନା ଗଦା ଗଦା ଥିବା ଦେଖିବାକୁ ମିଳୁଛି l ରାଜ୍ୟ ର ସବୁ ପଞ୍ଚାୟତ ମାନଙ୍କ ରେ ୨ ଜଣ ସଫେଇ କର୍ମଚାରୀ ଥିବା ସତ୍ୱେ କାର୍ଯ୍ୟାଳୟ ସାମ୍ନା ରେ ଅଳିଆ ଆବର୍ଜନା ପଡି ରହିଥିବା ଦେଖି ବାକୁ ମିଳୁଥିଲେ ମଧ୍ୟ ଏହା ଉପରେ କାହାରି ନଜର ପଡିଲେ ମଧ୍ୟ ଅଣ ଦେଖା କରୁଛି ପ୍ରଶାସନ l ମହାତ୍ମା ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ଦିନ ଲୋକ ଦେଖାନିଆଁ କେଉଁଠି ମନ୍ଦିର ସାମ୍ନା କିମ୍ବା କୌଣସି କାର୍ଯ୍ୟାଳୟ ସାମ୍ନା କୁ ୫ /୧0ଜଣ ମହିଳା କିମ୍ବା ପୁରୁଷ ଙ୍କୁ ଝାଡୁ ଧରାଇ କ୍ୟାମରା ସାମ୍ନା ସେ ଝାଡୁ ମାରି ଦେବା, କୋଦାଳ ଧରି ଅଳିଆ ସଫା କରିଦେବା କାମ କରାଇ ସୋସିଆଲ ମିଡ଼ିଆ ରେ ଛାଡିଦିଆ ଯାଉଥିବା ଦେଖିବାକୁ ମିଳୁଛି l ଏହି ସବୁ ବିଷୟ ସର୍ବ ସାଧାରଣ ରେ ଚିନ୍ତା ବଢାଇବା ରେ ଲାଗିଛି l ଏହା ଉପରେ ଉଚିତ ପଦକ୍ଷେପ ନେବା ପାଇଁ ସର୍ବ ସାଧାରଣରେ ଦାବି ହେଉଛି I
ପଞ୍ଚାୟତ ସାମ୍ନା ରେ ପଡିଛି ଗଦା ଗଦା ଅଳିଆ
|
May 20, 2025 |
