ସୁନ୍ଦରଗଡ ,୧୦/୦୨/୨୦୨୧ (ସନ୍ଧାନନିଉଜ/ରାଜୁ ପଟେଲ)- ବୁଧୁବାର ଦିନ ସୁନ୍ଦରଗଡ ଜିଲ୍ଲା ର ସବଡେ଼ଗା ବ୍ଲକ କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ “ପ୍ରତାପ ଜେନା” ପରିଦର୍ଶନ କରିଥିଲେ I ବ୍ଲକ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ପ୍ରତାପ ଜେନା ନାରୀ ସଶକ୍ତିକାରଣ ତଥା ପାନୀୟଜଳ ର ସୁବିଧା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ I ବ୍ଲକ କାର୍ଯ୍ୟାଳୟ ର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ I ୬୫୦୦୦ ଲିଟର ବିଶିଷ୍ଟ ପାଣି ଟାଙ୍କି କୁ ଏକ ଲକ୍ଷ ଲିଟର କରିବା ବିଷୟରେ ଆଲୋଚନା କରି ଥିଲେ I ସବଡେ଼ଗା ନେତାଜୀ କ୍ଲବ ଠାରେ ବିଜୁ ଜନତା ଦଳ ର ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା I ସେଥିରେ ସେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଗକୁ ବିଜୁ ଜନତା ଦଳ ର କାର୍ଯ୍ୟ କୁ କେମିତି ଆଗେଇନେବା ତଥା ୧୬ ଫେବୃଆରୀ ୨୦୨୧ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଙ୍କ ସୁନ୍ଦରଗଡ ଗସ୍ତ ବିଷୟରେ ଆଲୋଚନା କରି ଥିଲେ ଏବଂ ସୁନ୍ଦରଗଡ ଜିଲ୍ଲା ପାଇଁ ଅନେକ ପ୍ରକଳ୍ପ ର ଉଦ୍ଘାଟନ ବିଷୟରେ ଅବଗତ କରାଇଥିଲେ , ଯାହାର ଅଟକଳ ପ୍ରାୟ ୫୦୦୦ କୋଟି ଟଙ୍କା ହେବ I ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସୁନ୍ଦରଗଡ ଗସ୍ତ ର ବାର୍ତା କୁ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି I ମାନ୍ୟବର ମୁଖ୍ୟମନ୍ତ୍ରୀ ଥିବା ଯାଏ ସବଡେ଼ଗା ବ୍ଲକ କୁ ସମସ୍ତ ପ୍ରକାର ର ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ଶ୍ରୀଯୁକ୍ତ ପ୍ରତାପ ଜେନା ବିଜୁ ଜନତା ଦଳ ର ବୈଠକ ରେ ଜଣାଇଛନ୍ତି I ପ୍ରତ୍ୟେକ ପଞ୍ଚାୟତ ରୁ ଆରମ୍ଭ କରି ଗାଁ ସଙ୍ଗେ ସଙ୍ଗେ ପ୍ରତ୍ୟେକ ଜନସାଧାରଣଙ୍କର ଉନ୍ନତି ହେବI ବିଜୁ ଜନତା ଦଳ ର ମୁଖ୍ୟ ଲକ୍ଷ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏହି ଅବସରରେ କହିଥିଲେ I ଏହି ସଭା ରେ ସୁକିନ୍ଦା ବିଧାୟକ “ଶ୍ରୀଯୁକ୍ତ ପ୍ରୀତି ରଞ୍ଜନ ଘଡେଇ” , ରାଉରକେଲା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ” , ଜିଲ୍ଲା ଉନ୍ନୟନ ପରିଷଦ ଅଧିକାରୀ ଶ୍ରୀଯୁକ୍ତ “ବିନୟ ଟପ୍ପୋ” , ଛାତ୍ର ଯୁବ ସଭାପତି “ବୈକୁଣ୍ଠ ନାଏକ” , ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ “ସୁଦାମ ଭୋଇ” ,ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ “ଏମI ଏକ୍କା” , “ମହେଶ୍ୱର ପଟେଲ” , ସବଡେ଼ଗା ସରପଞ୍ଚ ଶ୍ରୀମତୀ ‘ସୁଜାତା ଲାକ୍ରା” , କୂକରିଡ଼ିହି ସରପଞ୍ଚ ଶ୍ରୀଯୁକ୍ତ “କିଶୋର ଦେହୁରୀ” ଓ ସମିତି ସଭ୍ୟା ଶ୍ରୀମତୀ “ଜନନୀ ଏକ୍କା” ପ୍ରମୁଖ ଉପସ୍ଥିତ ଥିଲେ I
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ସବଡେ଼ଗା ବ୍ଲକ ପରିଦର୍ଶନ
|
February 12, 2021 |


