ସୁନ୍ଦରଗଡ ତା: ୨/୭/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକରେ ୧୪ ଗୋଟି ପଞ୍ଚାୟତ ରହିଥିବା ବେଳେ ୮ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ରହିଥିବା ସୂଚନା ରହିଛି । ସୂଚନା ଅନୁସାରେ କେତେକ ନୂତନ ପଞ୍ଚାୟତ ଅଧିକାରୀଙ୍କୁ ଗୋଟିଏ ଲେଖାଏ ପଞ୍ଚାୟତରେ ଦାୟିତ୍ଵ ଦେଇଥିବା ବେଳେ କେତେକ ପଞ୍ଚାୟତ ଅଧିକାରୀଙ୍କୁ ଦୁଇରୁ ତିନିଟି ପଞ୍ଚାୟତରେ ଦାୟିତ୍ଵ ଦେଇଥିବା ଜଣାପଡିଛି । ଫଳ ରେ କେତେକ ଅସାମାଜିକ ଲୋକ ତାଙ୍କ ସହିତ ମିଶି କାର୍ଯ୍ୟରେ ସଲାସୁତୁରା କରି ନିଜ ସ୍ବାର୍ଥ ସାଧିତ କରୁଥିବା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ତା ସହିତ ବିଶେଷ କରି ସବଡେଗା ବ୍ଲକ ମୁଖ୍ୟ ସ୍ଥାନ ଥାଇ ମଧ୍ୟ ସବଡେଗା ପଞ୍ଚାୟତରେ ନିର୍ବାହୀ ଅଧିକାରୀ ନ ରହିବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ସରକାରଙ୍କ ପ୍ରତ୍ୟେକ ଉନ୍ନତି ମୂଳକ ଯୋଜନା ସବଡେଗା କାର୍ଯକାରୀ ପାରୁ ନ ଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତା ସହିତ ସବଡେଗା ପଞ୍ଚାୟତର ପାନୀୟ ଜଳ,ସ୍ୱଚ୍ଛତା ଅଭିଯାନ ସହିତ ପଞ୍ଚାୟତର ଆୟ ଶୁନ ହୋଇ ପଡିଥିବା ବିଗତ ଯୋଜନାରୁ ଅଭିଯୋଗ ହୋଇ ଆସୁଥିବା ଜଣା ପଡ଼ିଛି । ସବଡେଗା ମୁଖ୍ୟ ରାସ୍ତାର କୁଢ଼ କୁଢ଼ ଆବର୍ଜନା ଜମା ହେଉଥିବା ବେଳେ ଏବେ ବର୍ଷା ଦିନରେ ଡ୍ରେନ ରୁ ଅନେକ ଆବର୍ଜନା ରାସ୍ତାରେ ଗଡୁଥିବା ଦେଖିବାକୁ ମିଳୁଛି । ସବଡେଗା ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନ ଥିବା ଓ ପଞ୍ଚାୟତ ଆକାଉଣ୍ଟ ଦାୟିତ୍ଵ ନିର୍ବାହୀ ଅଧିକାରୀଙ୍କ ଅଧିନରେ ଥିବା କାରଣରୁ ପଞ୍ଚାୟତରେ ଠିକ ଭାବରେ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁ ନଥିବା ସ୍ଥାନୀୟ ସରପଞ୍ଚ ମତ ରଖିଛନ୍ତି ।ଦୁଇ ରୁ ତିନୋଟି ପଞ୍ଚାୟତ ଦାୟିତ୍ୱରେ ରହି ନିଜ କାର୍ଯ୍ୟ ସାଧିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ସବଡେଗା ଅଞ୍ଚଳରେ ଆଲୋକି କରଣର ଅସୁବିଧା ହେତୁ ଚୋରି ବଢିବାରେ ଲାଗିଛି । ଆଗାମୀ ଦିନରେ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିରେ ଦୃଷ୍ଟି ଦେବାକୁ ଦାବି ହେଉଛି ।
ପଞ୍ଚାୟତରେ ନିର୍ବାହୀ ଅଧିକାରୀ ନୂତନ ନିଯୁକ୍ତି ଅବହେଳା ଯୋଗୁଁ ସରକାରୀ ଅନୁଦାନରେ ଅବ୍ୟବସ୍ଥା, ଲୋକେ ସୁବିଧାରୁ ବଞ୍ଚିତ
|
July 2, 2025 |



