ପଞ୍ଚଭୂତରେ ଲୀନ ହେଲେ ପାରିକର୍‌, ମିରାମର ବିଚ୍‌ଠାରେ ଶେଷ କୃତ୍ୟ ସଂପନ୍ନ

Spread the love

ପାଣାଜୀ, ୧୮/୩ (ସନ୍ଧାନ ନିୟୁଜ) : ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହକାରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର୍‌ଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ସୋମବାର ପାଣାଜୀର ମିରାମର ବିଚ୍‌ଠାରେ ପାରିକରଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ପାରିକରଙ୍କୁ ସମ୍ମାନ ଦେବା ପାଇଁ ହଜାର ହଜାର ଲୋକ ପାଣାଜୀର ମିରାମର ବିଚ୍‌ଠାରେ ଉପସ୍ଥିତ ହୋଇଥିଲେ।

ପୂର୍ବରୁ ପାରିକର୍‌ଙ୍କ ମର ଶରୀରକୁ ଶେଷ ଦର୍ଶନ କରି ସମ୍ମାନ ଜଣାଇବାକୁ ପାରିକରଙ୍କୁ ରଖାଯାଇଥିବା ପାଣାଜୀର କଳା ଏକାଡେମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଦି ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ। ପାରିକରଙ୍କ ମର ଶରୀର ନିକଟରେ ଭାବପ୍ରବଣ ହୋଇ ପଡ଼ିଥିଲେ ସ୍ମୃତି ଇରାନୀ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ନେଇ ଅନେକ ରାଜନେତା ପାରିକରଙ୍କ ଆତ୍ମାର ସଦ୍‌ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ। ଏଥିସହ ଅନେକ ଲୋକ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ଅନେକ ଦିନ ହେବ କର୍କଟରେ ଆକ୍ରାନ୍ତ ଥିବା ପାରିକର୍‌ଙ୍କ ସ୍ୱାସ୍ଥାବସ୍ଥା ଗତକାଲି ସକାଳେ ଅଚାନକ ବିଗିଡ଼ି ଯାଇଥିଲା। ତାଙ୍କୁ ପାଣାଜୀସ୍ଥିତ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସଂଧ୍ୟା ୮ଟା ସମୟରେ ସେ ତାଙ୍କର ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ।

Related Posts

About The Author

Add Comment