ସୁନ୍ଦରଗଡ ତା:୧୮/୫/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ଆର. ଆଇ. ଟି କଲୋନୀ ନିକଟରେ ଥିବା ଇବ ନଦୀରେ ଏକ ବିଶାଳକାୟ ଅଜଗର ସାପ ଦିନ ୧୨ଟା ସମୟରେ ଦେଖିବାକୁ ମିଳିଥିଲା । ଏହି ଅଜଗର ସାପ ପ୍ରାୟ ୧୯ଫୁଟ ଲ ରହିଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି ।