ଭୁବନେଶ୍ୱର, ୨୨/୨(ସନ୍ଧାନ ନିଉଜ) କାହିଁକି ବିଜୁ ପଟ୍ଟନାୟଙ୍କ ଉପରେ ଫିଡ଼ିକି ଯାଇଥିଲେ ଇନ୍ଦିରା ଗାନ୍ଧୀ । ନେହେରୁଙ୍କ ଅତ୍ୟନ୍ତ ନିକଟତର ଥିବା ବିଜୁ କାହିଁକି ଇନ୍ଦିରାଙ୍କ ପ୍ରବଳ ରୋଷର ଶିକାର ହୋଇଥିଲେ ? କେବେଠାରୁ ଇନ୍ଦିରା ଓ ବିଜୁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ? ଏନେଇ ଅତୀତରେ ଅନେକ ଚର୍ଚ୍ଚା ଆଲୋଚନା ହୋଇଛି । ହେଲେ ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା ଏହାର ମୂଳ ରହସ୍ୟକୁ ଭେଦ କରିଛନ୍ତି । ସେ ଉଲ୍ଳେଖ କରିଛନ୍ତିଯେ, ୧୯୬୪ରେ ଏଆଇସିସି ଅଧିବେଶନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ସେତେବେଳେ ସମାବେଶରେ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥା’ନ୍ତି ବିଜୁ ପଟ୍ଟନାୟକ । ଜବାହାର ଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ପର୍ଯ୍ୟନ୍ତ ଜାତୀୟ ସ୍ତରର ଅଧିକାଂଶ ବରିଷ୍ଠ କଂଗ୍ରେସ ନେତାମାନେ ଅଧିବେଶନରେ ଯୋଗଦେବାକୁ ଆସିଥିଲେ । ହେଲେ ଅଧିବେଶନ ପୂର୍ବଦିନ ଟିକରପଡ଼ା ଡ୍ୟାମର ଭିତିପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଥିଲା । ବିଜୁଙ୍କ ସହ ନେହେରୁ ଟିକରପଡ଼ା ଯାଇଥିଲେ । ସେଠାରେ ଶୁଭ ଦେବା ପରେ ନେହେରୁଙ୍କୁ ପାହାଚ ଚଢ଼ି ଉପରକୁ ଉଠିବାକୁ ପଡ଼ିଥିଲା । ଫଳରେ ତାଙ୍କର ଡାହାଣ ଗୋଡ଼ରେ ପକ୍ଷାଘାତ ଆକ୍ରମଣ କଲା । ବହୁ ଡାକ୍ତର ଆସିଲେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିନଥିଲା । ସ୍ଥିତି ଏମିତି ହେଲାଯେ, ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଦିଲ୍ଲୀ ଯିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ନେହେରୁଙ୍କ ଦେହ ଏମିତି ହୋଇଯାଇଥିଲାଯେ, ସେ ବିମାନବନ୍ଦର ପର୍ଯ୍ୟନ୍ତ ମଧ୍ୟ ଗାଡ଼ିରେ ବସି ଯିବା ସମ୍ଭବପର ହୋଇନଥିଲା । ଫଳରେ ରାଜଭବନ ହତାରେ ଥିବା ଗଛ କାଟିବାକୁ ପଡ଼ିଥିଲା । ରାଜଭବନରୁ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ବିମାନବନ୍ଦର ଯାଇଥିଲେ । ନେହେରୁଙ୍କୁ ଷ୍ଟ୍ରେଚରରେ ନିଆଯିବା ବେଳେ ବିଜୁବାବୁଙ୍କୁ ଦେଖି ଇନ୍ଦିରା ରାଗି ଯାଇ ଚିକôାର କରିଥିଲେ । ୟୁ କ୍ରିମିନାଲ, ୟୁ ଆର ରେସପନସିବଲ ଫର ଦିସ ବୋଲି କହିଥିଲେ । ଏହାର ପାଂଚ ମାସ ପରେ ନେହେରୁଙ୍କ ମୃତୁ୍ୟ ହୋଇଥିଲା । ସେବେଠାରୁ ବିଜୁଙ୍କୁ ଦେଖିଲେ ଇନ୍ଦିରା କ୍ଷୁବ୍ଧ ହେବା ସହ ତାଙ୍କ ସହ ସମସ୍ତ ସମ୍ପର୍କ କାଟି ଦେଇଥିଲେ । ଧିରେଧିରେ ବିଜୁ ଓ ଇନ୍ଦିରାଙ୍କ ତିକ୍ତତା ବୃଦ୍ଧିପାଇଥିଲା
Attachments area