ନୂତନ ଲେଟ୍ରିନ ଟାଙ୍କିରୁ ଉଦ୍ଧାର ହେଲା ଶଣ୍ଡ

Spread the love

ସୁନ୍ଦରଗଡ ତା:୨୫/୬/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସରକାରଙ୍କ ଉନ୍ନତିକରଣ କୁ କେନ୍ଦ୍ର ଏବେ ସ୍ୱଚ୍ଛତା ଅଭିଯାନରେ ଗ୍ରାମାଞ୍ଚଳରେ ନୂତନ ଲେଟ୍ରିନ ଘର୍ ତିଆରି ଚାଲିଛି । ଏହି ପରିପଖିରେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି । ସବଡେଗା ବ୍ଲକର ରାଶିପତ୍ରା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଘଟଣ । ନୂତନ ଲେଟ୍ରିନ ଟାଙ୍କିରେ ଖସି ପଡ଼ିଛି ବିରାଟକାୟ ଷଣ୍ଢ। ରାଶିପତ୍ରାଗ୍ରାମର ଇମାମୋଦିନ ହୁସେନଙ୍କ ନୂତନ ତିଆରି ଲେଟ୍ରିନ ଟାଙ୍କିରେ ଷଣ୍ଢ ଖସି ପଡିଲା ପରେ ସବଡେଗା ସ୍ଥିତ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା । ଘଟଣା ସ୍ଥଳେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ସହ ଷଣ୍ଢକୁ ଉଦ୍ଧାର କରିଥିଲେ । ଏଥିପାଇଁ ବିଭିନ୍ନ ମହଲରେ ଅଗ୍ନିଶମ ବିଭାଗକୁ ସାଧୁବାଦ ହେଉଥିବା ଜଣାପଡିଛି ।

Related Posts

About The Author

Add Comment