ବାରିପଦା, ୩୧/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):ରାଜ୍ୟର ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ୩୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ଜାନୁଆରି ପହିଲା ଠାରୁ ପଦୋନ୍ନତି ଦିଆଯାଇଛି। ଏହି କ୍ରମରେ ୧୯୯୦ ବ୍ୟାଚର ଆଇଏଏସ୍ ଅଧୁକାରୀ ସଂଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ କରାଯାଇଛି। ଏଣୁ ସହିତ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ଶାଶ୍ବତ ମିଶ୍ର, ବୀରବିକ୍ରମ ଯାଦବ ଓ ବିଶାଳ ଦେବଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆପେକ୍ସ ସ୍କଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍, ସିଲେକ୍ସନ ଗ୍ରେଡ୍, ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଓ ସିନିୟର ଟାଇମ୍ ସ୍କେଲ ପାହାରେ ଥିବା ଆଇଏଏସ୍ ଅଧିକାରୀମାନଙ୍କର ପଦୋନ୍ନତି ହୋଇଛି । ଏଥୁ ସହିତ ଯେଉଁ ଆଇଏଏସ୍ ଅଧିକାରୀମାନେ ପଦୋନ୍ନତି ପାଇଛନ୍ତି, ସେମାନେ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବେ ସେମାନେ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବେ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତୁ । ସୁପରଟାଇମ୍ ସ୍କେଲକୁ ୮ଜଣ ଆଇଏଏସଙ୍କୁ ପଦୋନ୍ନତି ମିଳିଛି। ସେମାନେ ହେଲେ ଆର. ଭିନିଲ କ୍ରିଷ୍ଣୁ, ରକର ରାଉତ, ଦାଶରଥୀ ଶତପଥୀ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ମାଣିକ, ବୃନ୍ଦାବନ ବେହେରା, ସୁରେଶ ଚନ୍ଦ୍ର ଦଳାଇ ଓ ଦେବେନ୍ଦ୍ର କୁମାର ଜେନା ସେହିପରି ସିଲେକ୍ସନ୍ ଗ୍ରେଡ୍ ପାହ୍ୟାକୁ ପଦୋନ୍ନତି ପାଇଥିବା ୧୨ଜଣ ଆଇଏଏସ୍ ହେଲେ ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ.ମୁଥୁକୁମାର, ବି.ପରମେଶ୍ବରନ, ଗୁହା ପୁନମ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ ଓ ବଟକୃଷ୍ଣ ଦେହୁରୀ ସିନିୟର ଟାଇମ୍ ସ୍କେଲକୁ ପି.ଅବୈଷ ରେଢ଼ୀ, ପାଟିଲ ଆଶୀଷ ଈଶ୍ଵର, ଦିବାକର ଟିଏସ୍ ଓ ହେମକାନ୍ତି ସେ ପଦୋନ୍ନତି ପାଇଛନ୍ତି।