ନୂଆବର୍ଷରୁ ପ୍ରତିମାସ ମିଳିବ ରାସନ ସାମଗ୍ରୀ

Spread the love

ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ରାସନ ମିଳିବାରେ ଆଉ ହେବନି ଅନିୟମିତତା । ପୂର୍ବରୁ ତିନି ମାସରେ ଥରେ ରାସନ ସାମଗ୍ରୀ ମିଳୁଥିବା ବେଳେ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।ନୂଆବର୍ଷରୁ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ଫଳରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପୂର୍ବରୁ ୩ ମାସରେ ଥରେ ଚାଉଳ ମିଳିବା ଫଳରେ ଡିଲର ପାଖରେ ଅଧିକ ଚାଉଳ ମହଜୁଦ୍ ରହୁଥିଲା । ମାତ୍ର ଜାନୁୟାରୀରୁ ହିତାଧିକାରୀଙ୍କୁ ପ୍ରତିମାସ ମିଳିବ ଚାଉଳ । ଏଭଳି ନିଷ୍ପତ୍ତି ପରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ।ପ୍ରତିମାସରେ ରାସନ ମିଳିବା ଖବର ପାଇ ହିତାଧିକାରୀ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି । ପୂର୍ବରୁ ବାରମ୍ବାର ଚାଉଳ ପାଇଁ ଡିଲର୍ ପାଖକୁ ଦୌଡ଼ିବାକୁ ପଡୁଥିଲା । ଏଣିକି ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ବୋଲି କହିଛନ୍ତି ହିତାଧିକାରୀ ।

Related Posts

About The Author

Add Comment