ନୂଆଗାଁ ବ୍ଲକ ଅଞ୍ଚଳରେ ଅଜଣା ରୋଗ ଆତଙ୍କ

Spread the love
ବାଲିଗୁଡ଼ା, ୧୦/୦୪ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି । ଗତ ଏକ ସପ୍ତାହ ମଧ୍ୟରେ ୧୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । କିଛି ଲୋକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ପାଞ୍ଚଜଣ ରୋଗୀ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅନ୍ୟପଟେ ଆଉକିଛି ରୋଗୀ ଏଯାଏଁ ଡାକ୍ତରଖାନା ନ ଯାଇ  ଘରେ ଚିକିତ୍ସିତ ହେଉଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସୂଚନା ପ୍ରକାରେ ସୁସ୍ଥ ଥିବା ଲୋକେ ହଠାତ୍ ରୋଗାକ୍ରାନ୍ତ ହେଉଛନ୍ତି । ଲୋକଙ୍କୁ ଜ୍ବର,ଝାଡ଼ା, ବାନ୍ତି ହେଉଛି ।ସେପଟେ ବର୍ତ୍ତମାନ ସୁଦ୍ଧା ରୋଗର ପ୍ରକୃତ କାରଣ ଜଣାପଡ଼ିନାହିଁ, ଏନେଇ ଆମେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଇଛୁ ବୋଲି କହିଛନ୍ତି କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କ୍ରିଷ୍ଣା ନାୟକ। ଅନ୍ୟପଟେ ପାଣି ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରି ଯୋଗାଣ ପାଣି ଟାଙ୍କିରେ ଔଷଧ ପକାଯାଇଥିବା ବିଷୟ କ.ନୂଆଗାଁ  ବିଡ଼ିଓ ଶରତ ପାତ୍ର କହିଛନ୍ତି ।

Related Posts

About The Author

Add Comment