ନୀଳଗିରି,20.01.2021(ସନ୍ଧାନ ନିଉଜ୍ ):- ନୀଳଗିରିରେ ସହର ଠାରୁ ଗ୍ରାମାଞ୍ଚଳରେ ଏବେ ଚୋରା ମଦର ବନ୍ୟା। ହେଲେ ୪୭ ଲିଟର ଦେଶୀ ମଦ ଧରି ନିଜର ଫଟୋ ଉଠାଇ ବାଃ ବାଃ ନେବାରେ ବ୍ୟସ୍ତ ଅଛି ନୀଳଗିରି ଅବକାରୀ ବିଭାଗ। ଅବକାରୀ ବିଭାଗର ଏତାଦୃଶ ମନୋଭାବକୁ ନେଇ ଏବେ ଆଙ୍ଗୁଳି ଉଠାଇଛନ୍ତି ଅବକାରୀ ବିଭାଗ । ସୂଚନାଯୋଗ୍ୟ ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳ ଜଙ୍ଗଲ,ପାହାଡ଼ ଓ ନଦୀ ତଠାରେ ଏବେ ଦିନକୁ ଦିନ ଚୋରା ମଦ ଭାଟି ସ୍ପଷ୍ଟ ଦିବାଲୋକରେ ଚାଲୁଥିବା ଦେଖାଯାଇଛି। ସେଠାରୁ ମୋଟର ଟିଉବ ରେ ଦେଶୀ ମଦ ଗୁଡିକ ଭର୍ତ୍ତି କରି ବିଭିନ୍ନ ଗାଁକୁ ଯାଇ ଗଛିତ ରହୁଛି। ଏହାପରେ ଛୋଟ ଛୋଟ ବେପାରୀଙ୍କୁ ମଦ ଦେବାପରେ ମଦକୁ ଦୋକାନ ଠାରୁ ଆରମ୍ଭ କରି ଛକ ଛକରେ ବିକ୍ରି ହେଉଛି । ସେହିପରି ବିଦେଶୀ ମଦ ଏବେ ପାନ ଦୋକାନ, ହୋଟେଲରେ ମିଳୁଥିବା ଦେଖାଯାଇଛି। ବରମପୁର ବଜାରରେ ଏବେ ଚୋରା ମଦର ବନ୍ୟା ପାଲଟିଥିବା ବେଳେ ନୀଳଗିରି ସହର ଭିତର ଘଟଣା କାହାକୁ ଅଛପା ନାହିଁ। ସଜନାଗଡ଼ ବଜାରରେ ହୋଟେଲରେ ମିଲ ସହିତ ସହଜରେ ବିଦେଶୀ ବ୍ରାଣ୍ଡର ମଦ ଯୋଗାଇଦିଆଯାଉଛି। ସେଥିପାଇଁ ନୀଳଗିରିରୁ ନଜର ହଟେଇ ସେଠାକୁ ଠିକାଦାର,ଯନ୍ତ୍ରୀ, ଅଧିକାରୀ ସାଙ୍ଗକୁ ନେତା ମାନଙ୍କର ଭିଡ଼ ଜମିବାରେ ଲାଗିଛି । ପୋଲିସ ଓ ଅବକାରୀ ବିଭାଗ କିପରି ଏହା ଜାଣିପାରୁନି ଏନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ନୀଳଗିରିରେ ଦେଶୀ ଓ ବିଦେଶୀ ମଦର ବନ୍ୟା ଚାଲିଥିବା ବେଳେ କଟକରୁ ଫ୍ଲାଇଂ ସ୍କ୍ଵାଡ଼ ଆସି ବିପୁଳ ମଦ ଧରିବାରେ ସକ୍ଷମ ହେଉଥିବା ବେଳେ ନୀଳଗିରି ଅବକାରୀ ବିଭାଗ ୪୦ ରୁ ୫୦ ଲିଟର ଧରିପାରୁଛି। ଏହାପରେ ବଡ଼ ବେପାରୀ ନୀଳଗିରି ଅବକାରୀ ଅଫିସରେ ଆସି ଡେରା ପକାଉ ଥିବା ବେଳେ ଭିତିରି ଘଟଣା କଣ କେହି ଜାଣି ପାରୁ ନାହାଁନ୍ତି । ତେବେ ଆଜି ନୀଳଗିରି ଅବକାରୀ ବିଭାଗ ସହରସାହି ଅଞ୍ଚଳର ବୁଧିଆ ବିଶ୍ୱାଳ,ବାଲିଗୋହିରୀ ଅଞ୍ଚଳର କମଲ କୁମାର ସିଂ,ଡାହିସାହି ଅଂଚଳର ସମ୍ଭୁଆ ସିଂଙ୍କ ଠାରୁ ମାତ୍ର ୪୭ ଲିଟର ମଦ ଜବତ କରିବାରେ ସଫଳ ହୋଇଛି। ଚଢ଼ାଉ ପରେ ଅଭିଯୁକ୍ତଙ୍କୁ ଛିଡା କରାଇ ଫଟୋ ଉଠାଇ ନିଜକୁ ବାଃ ବାଃ ନେବାରେ ବ୍ୟସ୍ତ ଥିବା ଜଣାପଡିଛି। ଖାଲି ମାମଲା ବଢ଼ାଇ ଉପରିସ୍ଥ ଅଧିକାରୀ ଓ ସରକାରଙ୍କ ଠାରେ ନିଜର କ୍ୟାରିଅର ସଜାଡୁ ଥିବାବେଳେ ବଡ଼ ଧରଣର ସଫଳତା ମିଳିପାରୁନଥିବା ଅଭିଯୋଗ ଉଠିଛି। ଏନେଇ ଅବକାରୀ ଓଆଇସି ହର ପ୍ରସାଦ ରଣାଙ୍କ ମତାମତ ନେବାପରେ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅବକାରୀ ବିଭାଗ ଚଢ଼ାଉ ଜାରି ରଖିଛି ହୋଟେଲ ଦୋକାନ ମାନଙ୍କରେ ଖୁବ ଶୀଘ୍ର ଚଢ଼ାଉ ହେବ ବୋଲି କହିଛନ୍ତି ।
ନୀଳଗିରିରେ ଚାଲିଛି ମଦ ବନ୍ୟା
|
January 20, 2021 |
