ନିଷ୍ଠୁର ବାପା ୨ ମାସର ପୁଅକୁ ନଦୀକୁ ଫିଙ୍ଗିଦେଲା

Spread the love

ବାଲେଶ୍ଵର ୧୫/୮/୨୦(ଲିଙ୍ଗରାଜ ପଣ୍ଡା):- ଏଇ କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଳରେ ଜଣେ ଦୁର୍ବି ଓ ୨ ମାସ ଶିଶୁର ହାତକୁ ଧାରୁଆ ଅସ୍ତ୍ରରେ ହାଣିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଛି । ଜନ୍ମ କଲା ବାପା ୨ ମାସର ଶିଶୁ ପୁତ୍ରକୁ ଅତି ନିଷ୍ଣୁର ଭାବେ କଚାଡ଼ି ମାରିବା ସହ ନଈକୁ ଫୋପାଡ଼ି ଦେଇଛି । ଶେଷରେ ନିଷ୍ପାପ ଶିଶୁଟି ମେଡିକାଲରେ ଆଖି ବୁଝିଛି । ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ କେଶପୁର ଗାଁରେ ଘଟିଛି । ନିଷ୍ଣୁର ବାପା କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଭାତ କୁମାର ପଇକୁ ପୁଲିସ ଥାନାରେ ଅଟକ ରଖିଛି । ଘଟଣାରୁ ପ୍ରକାଶ, କେନ୍ଦ୍ରାପଡା ଅଞ୍ଚଳର ପ୍ରଭାତ କୁମାର ପଇ ୭ ବର୍ଷ ତଳେ । ଯାଜପୁର ଜିଲ୍ଲାର ରୋଜାଲି ନ(୨୭)ଙ୍କୁ ପ୍ରେମ ବିବାହ କରି ଥିଲେ । ପରେ ସେମାନେ ବାଲେଶ୍ୱର ସହରର ବାରବାଟି ଅଞ୍ଚଳରେ ଭଡ଼ା ଘରେ ରହି ଆସୁଥିଲେ । ଗତ କିଛି ଦିନ ତଳେ ପ୍ରଭାତ ଦ୍ବିତୀୟ ବିବାହ କରିଥିବା ଜାଣିବାକୁ ପାଇଲେ ରୋଜାଲିନ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା ଏନେଇ କିଛି ଦିନ ତଳେ ରୋଜାଲିନ ରାଗି ବାପଘର ଯାଜପୁରକୁ ପଳାଇ ଯାଇଥିଲେ । ପ୍ରଭାତ ଗତ ବୁଧବାର ଯାଜପୁର ଯାଇ ବୁଝା ସୁଝା କରି ରୋଜାଲିନଙ୍କୁ ବାଲେଶ୍ୱର ଆଣି ଥିଲା ମୋଟର ସାଇକେଲରେ ଆସି ବା ବେଳେ ମନ୍ଦ ଉଦ୍ଦେଶ୍ୟ ରଖି ବାଲେଶ୍ୱରରେ ବିଭିନ୍ନ ବାଟରେ ବୁଲାଇ । ବୁଲାଇ ଆଣି ରାତି ପ୍ରାୟ ୧୨ଟା ବେଳେ ଶ୍ରୀନିକ୍ସ କଲେଜ ପଛପଟ କେଶପୁର ଗାଁର ବୁଢ଼ାବଳଙ୍ଗ ନଦୀ କୂଳରେ ପହଞ୍ଚିଥିଲା । ସେଠାରେ ଉଭୟ ପତ୍ନୀ ଓ ପୁତ୍ର ଉପରେ ସେ ରାଗ ସୁଝାଇଥିଲା ଅତି ଅମାନୁଷିକ ଭାବେ ଦୁଇମାସର ଶିଶୁ ପୁତ୍ର କଳ୍ପତରୁକୁ ନଦୀବନ୍ଧରେ କଚାଡିଥିଲା ଏତିକିରେ ତା’ମନ ଶାନ୍ତି ହୋଇ ନଥିଲା ଶେଷରେ ଜୀବନରୁ ମାରି ଦେବାକୁ କଳ୍ପତରୁକୁ ନଦୀକୁ ଫିଙ୍ଗି ଦେଇଥିଲା ରୋଜାଲିନ୍ ପୁଅକୁ ପାଣିରୁ ଉଠାଇ ଆଣି ଥିଲେ ଏଥିରେ ପ୍ରଭାତ ରକ୍ତମୁଖା ହୋଇ ରୋଜାଲିନଙ୍କ ବେକରେ ଏକ ପ୍ଲାଷ୍ଟିକ ରଶି ବାନ୍ଧି ମାରିଦେବାକୁ ଉଦ୍ୟମ କରିଥିଲା । ପାଟିତୁଣ୍ଡ ଶୁଣି ଗାଁଲୋକେ ସେଠାରେ ପହଞ୍ଚି ଥିଲେ ଶିଶୁ ପୁତ୍ର କୁ ବାଲେଶ୍ୱର ମେଡିକାଲ ନେଇଥିଲେ । ମାତ୍ର ସେହି ରାତିରେ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା । ପ୍ରଭାତକୁ କାବୁ କରି ଗ୍ରାମବାସୀ । ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ । ଏନେଇ ରୋଜାଲିନ୍ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ଖବର ଲେଖା ହେବା ବେଳକୁ ଥାନାରେ ମାମଲା ରୁଜୁ ହୋଇ ନଥିଲା । ମେଡିକାଲ ଫାଣ୍ଡି ପୁଲିସ ପ୍ରଭାତକୁ ସହଦେବଖୁଣ୍ଟା ଥାନାକୁ ହସ୍ତାନ୍ତର କରିଛି ସୂଚନାଯୋଗ୍ୟ, ତାଙ୍କର ୬ ବର୍ଷର ଝିଅଟିଏ ଅଛି ।

Related Posts

About The Author

Add Comment