ବାରିପଦା ସିଟି,୯/୭/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ସ୍ଥାନୀୟ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର କର୍ତୃପକ୍ଷଙ୍କ ଅକଥନୀୟ ଅତ୍ୟାଚାର ସହି ନପାରି ପଲଟୁ ନାଏକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମଦ୍ୟପି ଯୁବକଙ୍କୁ ଉତମ ଚିକିସôା ଯୋଗାଇବା ବଦଳରେ ଉକ୍ତ କେନ୍ଦ୍ରରେ ତାଙ୍କୁ ମାଡ ମାରାଯାଇଥିଲା । ଏମିତିକି ତାଙ୍କ ଗୋଡ ହାତକୁ ବାନ୍ଧି ନିସ୍ତୁକ ପିଟା ଯାଇଥିଲା । ଯାହା ଫଳରେ ପଲଟୁଙ୍କ ମୃତୁ୍ୟ ଘଟିଥିଲା । ଏନେଇ ବିଳମ୍ବରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଉକ୍ତ ନିଶାନିବାରଣ କତୃପକ୍ଷଙ୍କ ବିରୋଧରେ ମୃତ ପଲଟୁଙ୍କ ପରିବାର ଲୋକ ଏମିତି ସଙ୍ଗିନ ଅଭିଯୋଗ ଆଣିଛନ୍ତି । ପଲଟୁଙ୍କ ହୃଦ୍ଘାତ ମୃତ୍ୟୁ ଘଟି ନାହିଁ ,ବରଂ କର୍ତୃପକ୍ଷଙ୍କ ଦ୍ୱାରା ମାଡ ମରାଯିବା ଯୋଗୁ ମୃତ୍ୟୁ ହୋଇଥିବା ମୃତ ପଲଟୁଙ୍କ ଭାଇ ବଲଟୁ ନାଏକ ଅଭିଯୋଗ କରିଛନ୍ତି । ନିରପେକ୍ଷ ଭାବେ ମୃତ ପଲଟୁଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପରିବାର ଲୋକେ ଦାବି କରି ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ସୂଚନା ମୁତାବକ ଗତ ୨ ତାରିଖରେ ଝାଡଖଣ୍ଡ ରାଜ୍ୟର ବହାଡାଗୋଡା ଥାନା ଅଚଂଳର ସହଦେବ ନାଏକଙ୍କ ପୁଅ ପଲଟୁଙ୍କ ଚିକିସôା ପାଇଁ ପରିବାର ଲୋକ ବାରିପଦା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରକୁ ଆଣିଥିଲେ । ଚିକିସôା ଚାଲିଥିବା ବେଳେ ସୋମବାର ସକାଳ ୯ଟାରେ ଅଚାନକ ପଲଟୁଙ୍କ ମୃତ୍ୟୁ ଘଟିଥିଲା । ମୃତୁ୍ୟ ଖବର ଶୁଣି ସଙ୍ଗେ ସଙ୍ଗେ ପରିବାର ଲୋକ ପହଚିଥିଲେ ଉକ୍ତ କେନ୍ଦ୍ରରେ । ଏହା ଶବକୁ ଦେଖିବାକୁ ନଦେଇ ନିଶା ନିବାରଣ କତୃପକ୍ଷ କୁଆଡେ ଶବ ସକôାର କରିବା ପାଇଁ ଘରକୁ ନେଇଯାଅ ବୋଲି ସେମାନଙ୍କୁ ବାଧ୍ୟ କରିଥିଲେ । ଫଳରେ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର କତୃପକ୍ଷ ସ୍ୱଚ୍ଛତା ଉପରେ ସନେ୍ଦହ ହୋଇଥିଲା । ତେଣୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ଅଣାଯାଇଥିଲା । ହେଲେ ମେଡିକାଲରେ ପହଚିବା ପରେ ମୃତ ପଲଟୁଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ପ୍ରତିଜ୍ଞା ନିଶା ନିବାରଣ କର୍ତୃପଷ ସନେ୍ଦହ ଘେରକୁ ଟାଣି ହୋଇଯାଇଛନ୍ତି । ଏନେଇ ନିଶା ନିବାରଣ କେନ୍ଦ୍ରର ମାଲିକ୍ ଅବନୀ ପତିଙ୍କୁ ପଚାରିବାରୁ ମୃତ ଯୁବକଙ୍କ ପରିବାର ଲୋକଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ସେ ଖଣ୍ଡନ କରି କହିଛନ୍ତି । ସେ କହିଛନ୍ତି ପଲଟୁ ଜଣେ ପେଷାଦାର ନିଶାଡି । ହଠାତ୍ ତାଙ୍କର ମନ୍ଦ ପିଇବା ବନ୍ଦ ହୋଇଯିବାରୁ ରାଗରେ ଏଠାରେ ଥିବା ଅନ୍ୟ ଅନ୍ତେବାସୀ ଓ କର୍ତୃପକ୍ଷଙ୍କୁ ମାରଧର କରିଥିଲେ । ଫଳରେ ଶାନ୍ତ କରିବା ପାଇଁ ତାଙ୍କର ହାତଗୋଡ ଦୁଇଦିନ ଧରି ବନ୍ଧା ହୋଇଥିଲା । ସୋମବାର ଏସବୁ ଖୋଲାଯିବା କିଛି ସମୟ ପରେ ସେ ହୃଦ୍ଘାତରେ ଶିକାର ହୋଇଥରଲେ । ଫଳରେ ଅଚାନକ ତାଙ୍କର ମୃତ୍ୟୁ ଘଟିଥିଲା । ଏଥିରେ କର୍ତୃପକ୍ଷଙ୍କର କୌଣସି ଦୋଷ ନାହିଁ । କେଉଁ ପରିସ୍ଥିତିରେ ପଲୁଟଙ୍କ ମୃତୁ୍ୟ ଘଟିଲା ତାହା ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ସମୟରେ ଭିଡିଓଗ୍ରାଫ କରିବାକୁ ତାଙ୍କ ଭାଇ ବଲଟୁ ଦାବି କରିଛନ୍ତି । ସେପଟେ ଏନେଇ ବାରିପଦା ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟା ସତ୍ୟ ପଦାକୁ ଆସିବ ଏବଂ ତାପରେ କାର୍ଯ୍ୟାନିଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ବିରେନ୍ଦ୍ର ସେନାପତି କହିଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା