ଯାଜପୁର /୨୯/୧୨/ସନ୍ଧାନ ନ୍ୟୁଜ୍) ବରୀ ବ୍ଲକର ଅଗ୍ରଣୀ ପୁରାତନ ଶିକ୍ଷାନୁଷ୍ଠାନ ନବଭାରତୀ ସରକାରୀ ଉଚ୍ଚବିଦ୍ୟାଳୟ, ଭଳିନୁଆଗାଁର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସୁବର୍ଣ୍ଣ ଜୟନ୍ତୀ କମିଟିର ସମ୍ପାଦକ ରୋଟାରିଆନ ଡକ୍ଟର ଗିରୀଶ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ,କାର୍ଯ୍ୟକ୍ରମ ଆରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ଉଦ୍ଘାଟକ ଭାବେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଯୋଗଦେଇ କହିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ଯରେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନର ବିକାଶ ଘଟିଛି l ବହୁ ପୁରାତନ ଛାତ୍ରଛାତ୍ରୀ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି ସେମାନେ ସହଯୋଗ କରନ୍ତୁ ମୋର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ବରିଷ୍ଠ ଅତିଥି ଭାବେ ରାଜ୍ଯ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ କୈଳାସଚନ୍ଦ୍ର ନାୟକ ଯୋଗଦେଇ ସରକାରୀ ଶିକ୍ଷାନୁଷ୍ଠାନକୁ ଦୁର୍ବଳ କରି ବେସରକାରୀ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ କରିବା ପାଇଁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ସରକାରଙ୍କ ଏକ ପ୍ରାୟୋଜିତ ଯୋଜନା , ଯାହା ଫଳରେ ପିଲାମାନଙ୍କ ମଧ୍ୟରେ ଭୟ କିମ୍ବା ଭକ୍ତି ଦିନକୁ ଦିନ କମି କମି ଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଆଜିର ଛାତ୍ରଛାତ୍ରୀମାନେ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦେବା ସହିତ ସଣ୍ଠଣା ଶିଖନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ କିମ୍ଭିରିଆପାଳ ସରପଞ୍ଚ ହରପ୍ରିୟା ସାହୁ, ବରୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚନା ମଲ୍ଲିକ, ଗ୍ଲୋବାଲ ପିସ୍ ଫାଉଣ୍ଡେସନ ର ଅଧ୍ୟକ୍ଷ ବିଶିଷ୍ଟ ଚିକିତ୍ସକ ଡାକ୍ତର ରାଜକିଶୋର ପଣ୍ଡା, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଡାକ୍ତର କୈଳାସଚନ୍ଦ୍ର ପତି ପ୍ରମୁଖ ଯୋଗ ଦେଇଥିଲେ ।ପୁରାତନ ଛାତ୍ର ତଥା ଶିକ୍ଷକ ମନୋଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାମେଶ୍ଵର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ସୁବର୍ଣ୍ଣ ଦୀପ୍ତି କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେଶେଷରେ ରତ୍ନାକର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ସୂଚନା ଦିଆଯାଇଅଛି