ନଦୀରେ  ବୁଡିଗଲେ ତିନି ସାଙ୍ଗ, ରାଉରକେଲାରେ ଶୋକାକୁଳ ପରିବେଶ

Spread the love

ରାଉରକେଲା, ୨୧/୧୨/୨୦୨୦ (ସନ୍ଧାନ ନିଉଜ):  ଥିଲା ଅଶୁଭ ରବିବାର । ସ୍ମାର୍ଟ ସିଟି ରାଉରକେଲାରେ ଘଟିଥିଲା ଏକ ଅଘଟଣ । ସକାଳେ ପରିବାରବର୍ଗଙ୍କ ଅଜାଣତରେ ସେକ୍ଟର ଓ ଛେଣ୍ଡ ଅଂଚଳର କିଛି ସ୍କୁଲ ଛାତ୍ର ଝିରପାଣିର ଜମସେରା ଘାଟକୁ ପିକନିକ କରିବାକୁ ଆସିଥିବା ବେଳେ ସେଥିମଧ୍ୟରୁ ୨ ଜଣ ପିଲା ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟ ଜଣେ ନିଖୋଜ ରହିଛି ।  ରବିବାର ଥିବାରୁ ଏମାନେ ସାଙ୍ଗ ହୋଇ ପିକନିକ ଆସିଥିବା ବେଳେ, ନଦୀକୁ ଗାଧୋଇବା ଅବା ପହଁରିବା ଉଦ୍ଦେଶ୍ୟରେ ଆସିଥିବା ଅନୁମାନ କରାଯାଉଛି । ନଦୀରେ ବୁଡ଼ି ପ୍ରାଣ ହରାଇଥିବା ଦୁଇଜଣ ଛାତ୍ର ଥିବା ବେଳେ, ସେମାନଙ୍କ ଘର ସେକ୍ଟର ଅଂଚଳରେ ବୋଲି ଜଣାପଡ଼ିଛି । ଏହି ଖବର ଲେଖାହେବା ଯାଏ  ପ୍ରବଳ ଶୀତରେ ନଦୀ ମଧ୍ୟରେ ପ୍ରବେଶ କରି ଅନ୍ୟ ଜଣେ ନିଖୋଜ ଛାତ୍ରକୁ  ଅଗ୍ନିଶମ କର୍ମଚାରୀ ଓ ଓ଼ଡ୍ରାପ୍ଟ ଟିମ୍ ସନ୍ଧାନ ଜାରି ରଖିଛନ୍ତି । ଅନ୍ୟ ଦୁଇ ଛାତ୍ରଙ୍କ ଶବ ଉଦ୍ଧାର ହୋଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ଝିରପାଣି ନିକଟ ଜମସେରା ଘାଟରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୁଲିସ ପହଂଚି ଘଟଣାର ତଦନ୍ତ ଜାରି ରଖଛି । ମୃତ ୨ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏହି ଘଟଣା ରାଉରକେଲାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Related Posts

About The Author

Add Comment