ଧର୍ମଶାଳା ବ୍ଳକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ: ସରକାରୀ ବିଦ୍ୟାଳୟରେ ନାମ ନଲେଖାଇବାକୁ କହୁଛନ୍ତି ସରକାରୀ ଶିକ୍ଷକ !

Spread the love

ଯାଜପୁର/ଧର୍ମଶାଳା, ୮/୧ (ସନ୍ଧାନ ନିୟୁଜ/ମାନସ ରାଉତ):ସଂପ୍ରତି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକରେ ଶିକ୍ଷା ବ୍ୟବସ୍ଥା ବିପଯ୍ୟସ୍ଥ ହୋଇଥିବା ଜଣାଯାଇଛି । ଉକ୍ତ ବ୍ଳକରେ ୪୫ରୁ ଉର୍ଦ୍ଧ ହାଇସ୍କୁଲ ଥିଲା ବେଳେ ପ୍ରତି ଗ୍ରାମରେ ଶତାଧିକ ମାତ୍ରାରେ ପ୍ରାଥମିକ ନୋଡାଲ, ଏମ.ଇ.ୟୁ.ଜି.ଏମ.ପ୍ରଭୁତି ସରକାରଙ୍କର ବିଭିନ୍ କିସମର ଶିକ୍ଷାନୁଷ୍ଠାନ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବାପାଇଁ କରାଯାଇଛି । ଉକ୍ତ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିବା ଦେଖାଯାଇଛି । ଏହାର ସୁଯୋଗରେ ବେସରକାରୀ ସ୍କୁଲମାନେ ଫାଇଦା ହାସଲ କରିବାରେ ବ୍ୟସ୍ତ ରହିଛନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କର ସରକାରୀ ସ୍କୁଲରେ ଆସ୍ଥା ତୁଟିଥିବା ପରିଲକ୍ଷିତ ହେଉଉଛି । ପ୍ରାପ୍ତ କବର ନେବାରୁ ଜଣାଯାଏ ଧର୍ମଶାଳା ଅଂଚଳରେ ଛତୁ ଫୁଟିଲା ଭଳି ପ୍ରତି ଗାଁରେ ସରକାରୀ ସ୍କୁଲ ଓ ହାଇ ସ୍କୁଲ ରହିଛି । ସମସ୍ତ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ରହିଥିବା ବେଳେ ମାତ୍ର ୨/୩ଟି ଶ୍ରେଣୀକୁ ଅଷ୍ମ, ନବମ, ଦଶମ ଶ୍ରେଣୀରେ ପାଠ ପଢା କରା ଯାଉ ନଥିବା ଜଣାଯାଉଛି । ଏହି ସ୍କୁଲ ମାନଙ୍କରେ ଶିକ୍ଷକ ସିକ୍ଷୟତ୍ରୀ ମାନେ କାଭଁ କେତୋଟି ସ୍କୁଲକୁ ବାଦ ଦେଲେ ବାକି ସମସ୍ତ ସ୍କୁଲରେ ମନଇଛା ଡିଉଟିରେ ଅବହେଳା କରିବା ସହ କ୍ଳାସ ରିୃୁମ ବଦଳରେ କମନ ରୁମ ଓ ଅପିସ ରୁମରେ ସମୟ ବିତୁଛି । ପିଲାମାନେ ମନଇଛାରେ ସ୍କୁଲ ବାହାରକୁ ଯାଇ ଏଣେତେଣେ ବୁଲୁଛନ୍ତି । କିନ୍ତୁ ଶିକ୍ଷା ପ୍ରତି ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା ବିଭାଗର କୌଣସି ଗୁରୁତ୍ୱ ନାହିଁ% ଅପର ପକ୍ଷରେ ଅବିଭାବକ ମାନେ ପିଲାମାନେ ପାଠ ପଢୁଛନ୍ତି କି ନାହିଁ ସେଥିପ୍ରତୁି ତଦାରଖ କରୁ ନାହାନ୍ତି । ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ଘଟୁଛି । ସେହିପରି ପ୍ରାଥମିକ, ୟୁ.ଜି.ଏମ.ଇ., ନୋଡାଲ ଓ ପ୍ରାଥମିକ ସ୍ତର ସ୍କୁଲ ମାନଙ୍କରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣଶି ଗୁରୁତ୍ୱ ନରଖି ମନଇଛାରେ ସ୍କୁଲ ଆସନ୍ତି ଓ ଯାନ୍ତି । କେତେକ ସ୍କୁଲରେ ଶିକ୍ଷକ ଥାଇ ମଧ୍ୟ ପାଠ ପଢା ହେଉ ନଥିବ ବେଳୈ କେତେକ ସ୍କୁଲରେ ଶିକ୍ଷକ ଅଭାବ ଥାଇ ପାଠ ପଢା ହୋଇପାରୁ ନାହିଁ । ଶିକ୍ଷା ବିଭାଘର ଯୋଉଁ ,ମାନଙ୍କୁ ନିଯୁକ୍ତି କରାଯାଇଛି ସ୍କୁଲ ମାନଙ୍କୁ ତଦାରଖ କରିବା ପାଇଁ ସେମାନେ ତଦାରରଖ କରନ୍ତି ନାହିଁ । ଯାଜପୁର ଜିଲ୍ଲାର ଶିକ୍ଷା ଅଧିକାରୀ ଏବଂ ଧର୍ମଶାଳା ବ୍ଳକର ଶିକ୍ଷାଧିକାରୀ ମଧ୍ୟ ସ୍କୁଲ ପରିଦର୍ଶନ କରନ୍ତି ନାହିଁ କିମ୍ବା ଶିକ୍ଷା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇଥିଲା ବେଳେ ମାଧ୍ୟମିକ ଶିକ୍ଷା ଦିଗହରା ହୋଇଛି । କିନ୍ତୁ ଶିକ୍ଷାନୁଷ୍ଠାନ ଓ ବେତନ ବାବଦରେ ସରକାରଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ ଚାଲିଛି । ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ ପରିସ୍ଥିତିରେ କୁଠାରଘାତ କରାଯାଉ ଥିବା ଦେଖାଦେଇଛି । ଏଥିପ୍ରତି ରାଜ୍ୟ ଶିକ୍ଷା ବିଭାଗ, ସଚ୍ଚିବ ତଦନ୍ତ କରିବା ଏକାନ୍ତ ଜରୁରୀ ରହିଛି । ଏହାକୁ ବାଦ ଦେଇ ବେସରକାରୀ ସ୍କୁଲ ଛତୁ ଫୁଟିଲା ଭଳିଆ ବିଭିନ୍ନ ସ୍ଥାନରେ କରାଯାଇଛି । ଯାହା ସରକାରଙ୍କ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ପୋ୍ରସôାହନ ଯୋଗାଇଛି । ସାଧାରଣ ଲୋକ ସରକାରୀ ସ୍କୁଲରୁ ଆସ୍ଥା ହରାଇ ବେସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠ ପଢାଉଥିବା ଦେଖଅ ଦେଇଛି । ସେହିପରି ସରକାରୀ କର୍ମଛାରୀ ଓ ଶିକ୍ଷକ ପିଲାମାନେ ବେସରକାରୀ ସ୍କୁଲରେ ପାଠ ପଢୁଥିବା କେତେଦୂର ଯଥାର୍ଥ । ତାହା ସରକାରଙ୍କ ବିଚାର ସାପେକ୍ଷ । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରତାଗଲେ ସମସ୍ତ ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଜନସାଧାରଣରେ ଦାବୀ ହେଉଛି ।

Related Posts

About The Author

Add Comment