ଯାଜପୁର ୧୫/୧୦/୨୬ (ସନ୍ଧାନ ନ୍ୟୁଜ) ରାଜ୍ଯ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ତାରିଖରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲୁଅଛି। ଏହି କାର୍ଯ୍ୟକ୍ରମକୁ ଆଧାର କରି ଧର୍ମଶାଳା ବିଜେଡି ପକ୍ଷରୁ ଆଜି ଜନସମ୍ପର୍କ ପଦଯାତ୍ରା ପାଟପୁର ପଞ୍ଚାୟତରେ ପଦଯାତ୍ରା ହୋଇଥିଲା, ଧର୍ମଶାଳା ବ୍ଲକ୍ ବିଜେଡି ସଭାପତି ପ୍ରସନ୍ନ କୁମାର ରାଉତ ଙ୍କ ଡ଼ାକରାରେ ପାଟପୁର ପଂଚାୟତ ର ପଂଚାୟତ ସଭାପତି ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ, ମହିଳା, ଯୁବକ ଓ ଛାତ୍ର ମାନେ ପହଞ୍ଚି ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ସ୍ୱାଗତ କରିଥିଲେ, ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ର ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ବରିଷ୍ଟ ବିଜେଡି ନେତା ନରେଶ ମହାନ୍ତି,, ସନ୍ତୋଷ କୁମାର ଜେନା, ଉତ୍କଳମଣି ଦାସ,, ଜୋନ ସଭାପତି ବିଜୟ ରାଉତ,, ବିକାଶ ବେହେରା, ପ୍ରହଲ୍ଲାଦ ପାଣ୍ଡା,, ସଞ୍ଜୟ ଧିର,, ପୁର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ସମେଟ ବହୁ ସଂଖ୍ୟାରେ ନେତୃମଣ୍ଡଳୀ ଯୋଗ ଦେଇଥିଲେ, ପାଟପୁର ପଞ୍ଚାୟତ ର ବିଜେଡି କର୍ମୀ ସମେତ ନେତ୍ରୁ ମଣ୍ଡଳୀ ମାନେ ପଞ୍ଚାୟତର ସମସ୍ତ୍ ଗ୍ରାମ ରେ ଜନସମ୍ପର୍କ ପଦଯାତ୍ରା କରି ଥିଲେ। ସେଠାରେ ଆୟୋଜିତ ସଭରେ ବ୍ଳକ୍ ବିଜେଡି ସଭାପତି ପ୍ରସନ୍ନ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ,। ପଞ୍ଚାୟତ ସଭାପତି ଅକ୍ଷୟ କୁମାର ସହୁ ପ୍ରାରମ୍ଭିକ ସୂଚନା ଦେଇ ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଯେଉଁ ଜନସମ୍ପର୍କ ପଦଯାତ୍ରା ପାଈଁ ଆମ୍ଭ ମାନଙ୍କୁ ନେଇ ଜନସମ୍ପର୍କ ଯାତ୍ରା କରି ଲୋକ ସମ୍ପର୍କ ବୃଦ୍ଧି ଘଟାଇ ଛନ୍ତି ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଳି ମନ୍ତବ୍ୟ ରଖିଥିଲେ, ଆମ୍ଭେ ସାଧାରଣ ଲୋକଙ୍କ ସହ ରହି ସେବା ସହିତ୍ ଜନହିତକର କାର୍ଯ୍ୟ କରିବୁ। ମହାତ୍ମା ଗାନ୍ଧୀ, ଜୟପ୍ରକାଶ ନାରାୟଣଙ୍କ ଚିନ୍ତା ଓ ଚେତନା କୁ ସାଧାରଣ ଲୋକ ମାନଙ୍କ ପାଖରେ ପହଞ୍ଚାଇବକୁ, ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ବର୍ଷା ଶାସନ କାଳରେ ଓଡ଼ିଶାରେ ଯେଉଁଭଳି ଉନ୍ନତି ହୋଇଥିଲା ବର୍ତ୍ତମାନ ଏ ଡବଲ ଇଞ୍ଜିନ ସରକାରରେ ସମ୍ପୂର୍ଣ ବିନାଶ ଘଟୁଛି ଓଡ଼ିଶାରେ, ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ,, ଗାନ୍ଧିଙ୍କ ଚିନ୍ତାଧାରା ଏ ବିଜେପି ସରକାରଙ୍କ ପାଖରେ ନାହିଁ, ଆମେ ସମସ୍ତେ ଏକ ହେବା, ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ବୋଳି ମୂଖ୍ୟ ଅତିଥି ଶ୍ରୀ ବଳବନ୍ତରାୟ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ବିଶାଳ ଜନ ସମୁଦ୍ର ପଦଯାତ୍ରାକୁ ସହି ନପାରି କେତେକ ବିଜେପି କର୍ମୀ ସଭା ପରେ ଚେୟାର ଟେବୁଲ୍ ଫୋପାଡ଼ି କେତେକ ବିଜେଡି କର୍ମୀ ସମେତ ମହିଳା ମାନଙ୍କ ଉପରକୁ ଢେଲା, ପଥର ଫୋପାଡି ଖଣ୍ଡିଆ ଖାବରା କରିଛନ୍ତି ବୋଳି ସାଧାରଣରେ ଆଲୋଚନା ହେଉଛି ଏହି ଜନ ସମ୍ପର୍କ ପଦଯାତ୍ରା ରେ ସରପଞ୍ଚ ପ୍ରତିନିଧି ଦୁଃଶାସନ ନାୟକ, ପ୍ରମୋଦ କୁମାର ପରିଡ଼ା, ନଗେନ ଦାସ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ
ଧର୍ମଶାଳା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା
|
October 15, 2026 |



