ଧର୍ମଶାଳା: ବଡବାରିସାହିର ଝିଅଙ୍କ ପ୍ରତି ନିର୍ଯାତନା ଅଭିଯୋଗ, ଥାନାରେ ଆଶ୍ରୟ

Spread the love
  • 18
    Shares

ଧର୍ମଶାଳା, ୫/୭(ସନ୍ଧାନ ନିୟୁଜ/ଦିପକ ମଲିକ)-ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଂଚାୟତର ବଡବାରିସାହି ଗ୍ରାମର କରୁଣାକର ବେହେରାଙ୍କ ଝିଅ ଅନୁପମା ବେହେରା ବିବାହର ବର୍ଷେ ନପୁରୁଣୁ ଯୈ÷ାତୁକ ଜନିତ ଯନ୍ତ୍ରଣାରେ ଛଟପଟ ହୋଇ ଯାଜପୁର ସଦର ଥାନା, ବରୁଆଁର ଆଶ୍ରୟ ନେଲା ନିର୍ଯାଚିତା ଅନୁପମା । ପ୍ରକାଶ ଥାଉକି ଅନୁପମା ଯାଜପୁର ସଦର ଥାନା ଅନ୍ତର୍ଗତ ଆଦମପୁର ଗ୍ରାମର ପୁରସ୍ତମ ଓରଫ ଗୋଧି ବେହେରାଙ୍କ ଏକମାତ୍ର ପୁଅ ସୁରେଶ ବେହେରାଙ୍କ ସହ ଗତ ୧୮.୦୬.୨୦୦୭ରିଖରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ କନ୍ୟାପକ୍ଷ ଜ୍ୱାଇଁକୁ ସୁନାଚେନ, ସୁନାମୁଦି, ଝିଅକୁ ସୁନାକାନଫୁଲ, ବେକକୁ ମଙ୍ଗଳସୁତ୍ର, ଜ୍ୱାଇଁକୁ ଗୋଟିଏ ମୁଦି ସହିତ ଅନ୍ୟାନ୍ୟ ଘରକରଣା ଜିନିଷମାନ ଦିଆଯିବା ସଙ୍ଗେ ସଙ୍ଗେ ୩୦ହଜାର ଟଙ୍କା ଡିମାଣ୍ଡ ଦିଆଯାଇଥିଲା ବୋଲି କନ୍ୟାପିତା କରୁଣାକର ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପରେ ମାତ୍ର ୨/୩ ମାସ ଗଲାରେ ଆଉ ୫୦ ହଜାର ଟଙ୍କା ଆମକୁ ଡିମାଣ୍ଡ ବାବଦକୁ ଦରକାର କହି ଶାଶୁଘର ଲୋକେ ସ୍ୱାମୀ ସୁରେସ, ଶଶୁର ଗୋଧି, ଶାଶୁ ରତନି, ନଣନ୍ଦ କୁନି ପ୍ରମୁଖ ନିର୍ଯାତନା ଦେଇ ଚାଲିଲେ ଅନୁପମାକୁ । ଝିଅକୁ ନିର୍ଯାତନାରୁ ରକ୍ଷା କରିବାକୁ ଯାଇ ପିତା କରୁଣାକର ବାଧ୍ୟ ହୋଇ କରଜ କରି ଝିଅର ଶାଶୁଘରେ ପୁନଶ୍ଚ ୧୦ହଜାର ଟଙ୍କା ପରିଷଦ କଲା ପରେ ମଧ୍ୟ କ୍ଷମା ମିଳିଲାନି ଅନୁପମାକୁ । ଠିକ ୯ ମାସ ତଳେ ମାରଧର କରି ରାତି ୯ଟାରେ ସ୍ୱାମୀ ସୁରେସ ପାଣିକୋଇଲ ଛକରେ ଅନୁପମାକୁ ଛାଡି ଚାଲି ପଳାଇଗଲା । ନିରୁପାୟ ହୋଇ ଅନୁପମା ବାଟୋଇ ଲୋକଙ୍କ ଫୋନରେ ତା ବାପାକୁ ଜଣାଇଲାରୁ ସେ ଆସି ରାତି ୧୦ଟାରେ ପାଣିକୋଇଲି ଛକରୁ ଝିଅକୁ ଉଦ୍ଧାର କରି ନିଜ ଗାଁ ବଡବାରିସାହିକୁ ନେଇଗଲେ । କରୁଣାକର ଜଣେ ଦିନମଜୁରିଆ ହୋଇଥିବାରୁ ବାପଘରେ ଅଭାବ ଅନଟନରେ ସଢୁଛି ଅନୁପମା । ଅନ୍ୟ ପକ୍ଷରେ ସୁରେସ ପରିବାରର ଲୋକେ ସୁରେଶକୁ ଦ୍ୱିତୀୟ ବିବାହ ଦେବାକୁ କନ୍ୟା ଖୋଜି ଚାଲିଛନ୍ତି ଏବଂ ଧମକ ଦେଇଛନ୍ତି କରୁଣାକରକୁ ଯେ ଯଦି ତୁମ ଝିଅକୁ ଆଣି ପୁଣି ଆମ ଘରେ ଛାଡ ତେବେ ତାକୁ ଜୀବନରେ ମାରି ଦିଆଯିବ । ଅନ୍ୟାନ ଉପାୟ ହୋଇ ଅନୁପମା ଚାତକ ପକ୍ଷୀ ପରି ଚାହିଁ ବସିଛି ନ୍ୟାୟ ପାଇବା ପାଇଁ ।

  • 18
    Shares

Related Posts

About The Author

Add Comment