ଧର୍ମଶାଳା,୫/୭(ସନ୍ଧାନ ନିୟୁଜ/ଦିପକ ମଲିକ): ଧର୍ମଶାଳା ବ୍ଲକ କଣ୍ଟିଗଡିଆ ପାହାଡ ପାଦଦେଶରେ ମସô୍ୟ·ଷୀ ସୁନାକର ମିଶ୍ର ଦିର୍ଘବର୍ଷ ହେବ ମାଛ·ଷ କରିଆସୁଛନ୍ତି । ଗତ ରବିବାର ଦିନ ସକାଳୁ ସୁନାକର ପୋଖରୀ ଆଡେ ତଦାରଖ କରିବାକୁ ଯିବା ସମୟରେ ମାଛ ଗୁଡିକ ପୋଖରୀରେ ମରି ଭାସୁଛନ୍ତି । ପ୍ରାୟ ୫ଏକର ପରିମିତ ଜମିରେ ନିଜସ୍ୱ ଉଦ୍ୟମରେ ପୋଖରୀ ଖୋଳି ମାଛ ·ଷ କରିଆସୁଛନ୍ତି । ନିଅଣ୍ଟିଆ ମାଛର ଅଭାବି ପୂରଣ ପାଇଁ ସରକାର ମସô୍ୟ·ଷୀ ମାନଙ୍କୁ ପ୍ରୋସôାହୀତ କରୁଥିବା ବେଳେ ନିଜସ୍ୱ ଉଦ୍ୟମରେ ମାଛ·ଷ କରି ଏଭଳି ଅଭାବକୁ ପୁରଣ କରିବା ପାଇଁ ପ୍ରୟାସ କରୁଥିବା ଏହି ·ଷୀଙ୍କ ପୋଖରୀରେ ଦୃବୁତ ମାନେ ବିଷ ପକାଇ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ଘଟାଇଛନ୍ତି । ପ୍ରକାଶ ଥାଉକି କିଛିଦିନ ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ଜମିଜମାକୁ କେନ୍ଦ୍ର କରି ବାଦବିବାଦ ଲାଗି ରହିଅଛି । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ କିଛି ଦୃବୁତ ଏଭଳି କାଣ୍ଡ ଭିଆଇଥିବା ସୁନାକର ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ ମୁରବୀ ମାନଙ୍କ ଦୃଷ୍ଟି ଅଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାଯାଇଛି ।
ଧର୍ମଶାଳା: ପୋଖରୀରେ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରିଲେ ଦୃବୁତ
|
July 5, 2018 |
