ଧର୍ମଶାଳାରେ ମକର ମିଳନ; ପ୍ରତ୍ୟେକ ଓଡିଆ ଯୁବକ ଭାଗବତ ପ୍ରଚାର ପ୍ରସାରର ନେତୃତ୍ୱ ନିଅନ୍ତୁ

Spread the love
  •  
  •  
  •  
  •  
  •  

ଯାଜପୁର, ୧୪/୦୧/୨୧ (ସନ୍ଧାନ ନିଉଜ) : ଓଡିଆ ଜାତି ଭାଗବତ ସର୍ବସ୍ୱ । ଉଭୟ ଜଗନ୍ନାଥ ସଂସ୍କୃତି ଓ ଭାଗବତ ହିଁ ଓଡିଆ ଜାତିର ପରିଚୟ । ଓଡିଆ ଜାତିର ଜନ ଜୀବନ ଭାଗବତକୁ ନେଇ ଆଗକୁ ବଢିଥାଏ । ଭାଗବତ ଗୋଟିଏ ଶାନ୍ତ, ସମୃଦ୍ଧ, ଶୃଙ୍ଖଳିତ ଜୀବନ ପାଇଁ ବାଟ ଦେଖାଏ । ଯୁବ ଓ ଛାତ୍ର ସମାଜ ଏହି ଭାଗବତ ଟୁଙ୍ଗୀ ଏବଂ ଭାଗବତ ପାଠ ପ୍ରତି ଆଗ୍ରହ ପ୍ରକାଶ ସହ ଏହାର ନେତୃତ୍ୱ ନିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ । ଧର୍ମଶାଳରେ ମକର ମିଳନ ଉସôବ ପାଳନ ଅବସରରେ ସାହାଣିଢିହ ପଂଚାୟତର ଚାରଗୋଠ ଭାଗବତ ଟୁଙ୍ଗୀରେ ମକର ମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ସତୀଶ କହିଥିଲେ ଯେ, ଆମ ଜଗନ୍ନାଥ ସଂସ୍କୃତି ସାରା ବିଶ୍ୱରେ ମହାନ । ଏହି ସଂସ୍କୃତିକୁ ସମଗ୍ର ମାନବ ସମାଜ ପାଇଁ ଅନୁକରଣୀୟ ହୋଇ ପଡିଛି । ଏହାକୁ ଅଧିକ ବ୍ୟାପକ କରିବାକୁ ହେଲେ ଭାଗବତର ପ୍ରଚାର ଓ ପ୍ରସାର ଆବଶ୍ୟକ । ଆମ ନବୀନ ପଟ୍ଟନାୟକ ସରକାର ଭାଗବତର ପ୍ରଚାର ଓ ପ୍ରସାରକୁ ଗୁରୁତ୍ୱ ଦେଇଥିବା ବେଳେ ଯୁବ ସମାଜ ଭାଗବତ ପାଠ ସହ ଭାଗବତ ଟୁଙ୍ଗୀର ବିକାଶ ପାଇଁ ଆଗେଇ ଆସିବାକୁ ସତୀଶ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଯୁବକ ମାନଙ୍କ ସହ ସତୀଶ ଭାଗବତ ପାଠ କରିବା ସମୟରେ ଆବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ସର୍ବଶ୍ରୀ ଯୁଗଳ ରାଉତ, ମଦନ ମୋହନ ରାଉତ, ଚନ୍ଦ୍ରମଣୀ ରାଉତ, ପଦି ମଲିକ, ସଙ୍କର୍ଷଣ ଜେନା, ବକଟି ରାଉତ. ଭୀମ ରାଉତ, ଧୁଳେନ୍ଦ୍ର ରାଉତ, ଶିବ ରାଉତ ପ୍ରମୁଖ ଭାଗବତ ପାଠ କରିଥିଲେ । ସଚେତନ ସଂଗ୍ରାମୀ ମଂଚ ସାହଣିଢିହ ତରଫରୁ ଅନୁଷ୍ଠିତ ଏହି ଉସôବରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ।

Related Posts

About The Author

Add Comment