ଯାଜପୁର,୧୯.୧୨.୨୦୨୨ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲରେ ପାହାଡ ଲୁଟ ନେଇ ନିୟମିତ ପ୍ରକାଶ ପାଇ ଆସୁଥିବା ଜନଅସନ୍ତୋଷ ପାଇଁ ସରକାର ପ୍ରଶ୍ନବାଚୀର ସମ୍ମୁଖୀନ ହୋଇ ଆସୁଛନ୍ତି । ଚାରଗୋଠ ଗ୍ରାମ ସଂଲଗ୍ନ କେଠୌଣି ପାହାଡ ନାମରେ ପରିଚିତ ସାହାଣିଢିହ ପାହାଡରେ ପି.ଆର.ପି.ଏଲ ନାମକକମ୍ପାନୀ ରାବଣରାଜ ଚଲାଇଛି । ଏହାର ପ୍ରତିବାଦରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ତଥା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ପାହାଡ ଉପରେ ଧାରଣା ଦିଆଯିବା ସହ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯିବା ପରେ ଏଥିନେଇ ସୃଷ୍ଟି ହେଉଥିବା ଜନଅସନ୍ତାଷ ବିସ୍ପୋରକ ମୋଡ ନେଇଛି ।ଖବରରୁ ପ୍ରକାଶ, ଏହି ପାହାଡରେ ସଂପୂର୍ଣ୍ଣ ବେଆଇନ ଭାବେ ଚାରଗୋଠ ଗାଁ , ପାଥମିକ ବିଦ୍ୟାଳୟ, ମଙ୍ଗଳା ମନ୍ଦିର, ଭାଗବତ ଟୁଙ୍ଗୀରୁ ମାତ୍ର ୨୦୦ ମିଟର ଦୂରରେ ବେଆଇନ ୱାଗନ ହୋଲ ବ୍ଲାଷ୍ଟିଂ ହେବା ଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବିପଦ ଜନକ ଏବଂ ଭୟଙ୍କର ବ୍ଲାଷ୍ଟିଂ ଫଳରେ ଆଖପାଖ ଗାଁର ମାଟି ଥରି ଉଠୁଥିବା ବେଳେ ଗରୀବ ଲୋକଙ୍କ ଘର ଫାଟି ଯାଉଛି । ପାହାଡ ଚାରିପାଖରେ ଥିବା ଚାଷଜମି ସଂପୂର୍ଣ୍ଣ ପ୍ରଦୂଷିତ ହୋଇ ଜମି ଉପରେ ପଥର ଗୁଣ୍ଡର ଗୋଟିଏ ଆସ୍ତରଣ ପଡି ଯାଉଛି । ଏହାର ପ୍ରତିବାଦରେ ସୋମବାର ଏହି ପାହାଡ ତଳେ ଗୋଟିଏ ପ୍ରତିବାଦ ସଭା ହୋଇଥିଲା । ଏଥିରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ଯୋଗଦେଇ ପାହାଡ ଗୁଡିକରେ କମ୍ପାନୀରାଜ ପାଇଁ ଆମ ଅଂଚଳର ଲେକଙ୍କ ଜୀବନ ଜୀବିକା ବୁଡିବାକୁ ଯାଉଛି ବୋଲି ବିଷଦଗାର କରିଥିଲେ । ସତୀଶ ଅଭିଯୋଗ କରିଥିଲେ ଯେ, ପାହାଡ ଚାରିପାଖରେ ଥିବା ଗାଁ ଗୁଡିକ ଲୋକଙ୍କର ଆଉ ପାହାଡ ଉପରେ କୌଣସି ଅଧିକାର ରହୁନାହିଁ । ସେମାନଙ୍କ ପାହାଡ ଦିନକୁ ଦିନ ଶେଷ ହେଉଥିବା ବେଳେ ସେମାନେ ପାହାଡରେ ଆଉ ଶ୍ରମିକଟିଏ ବି ହୋଇ ପାରୁ ନାହାନ୍ତି । ଏ ଅଂଚଳର ସବୁ ଛୋଟ କ୍ରସର, କମ୍ପରସର, ଖଣ୍ଡିକିଆ ଗାଡି ମାଲିକଙ୍କୁ ଶେଷ କରି ଦିଆଯାଇଛି । ଧର୍ମଶାଳାରେ ରାଜୁତି କରୁଥିବା ଧର୍ମଶାଳା ବାହାରର ନେତା ଏବଂ ପ୍ରଶାସକଙ୍କ ପାଇଁ ଧର୍ମଶାଳାର ପାହାଡ ପର୍ବତ ମାଟିରେ ମିଶିଥିବା ବେଳେ ଧର୍ମଶାଳା ଲୋକଙ୍କ କୌଣସି ଉନ୍ନତି ହେଲା ନାହିଁ । ଏହି ପାହାଡରେ ରାଜ୍ୟ ବାହାରର କମ୍ପାନୀ ଏମ/ଏସ ପ୍ରମିୟର ରକ ପ୍ରଡକ୍ଟ ଲିମିଟେଡ (ପି.ଆର.ପି.ଏଲ) କମ୍ପାନୀର ସ୍ୱେଚ୍ଛାଚାରିତା ପାଇଁ ପାହାଡରୁ ଆମ ଅଂଚଳର କେଇଖଣ୍ଡ ଗାଡି କେବଳ ଗାଡି ଭଢା ପାଉଥିବା ବେଳେ ପାହାଡରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ପଥର ଲୁଟ ହେଉଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଧର୍ମଶାଳା ତହସିଲଦାର ପତ୍ର ନଂବର-୫୪୯୭ ତା୧୪.୧୨.୨୨ ରିଖରେ ଯେଉଁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ସେଥିରେ ଗତ ତା୨୩.୦୬.୨୨ ରିଖରେ ଏହି ସଂସ୍ଥା ପରିବେଶ ମଂଜୁରୀ ପାଇଁ ଆବେଦନ କରିଥିବାର ଦର୍ଶାଇଛନ୍ତି । ପି.ଆର.ପି.ଏଲ ଖାଦାନ ନିକଟରୁ କେତେକ ଲୋକ ପଥର ଚୋରୀ କରୁଥିବାରୁ ତହସିଲଦାର ଦର୍ଶାଇଛନ୍ତି । ହେଲେ ଏହା ପୂର୍ବରୁ ପ୍ରାୟ ୨୦୧୫ ମସିହାରୁ ଏହି ପାହାଡରୁ କମ୍ପାନୀ ପଥର ଲୁଟ କରୁଛି । ପି.ଆର.ପି.ଏଲ ଖାଦାନ ଏରିଆର ସୀମା ଚିହ୍ନଟ କରାଯାଇ ନାହିଁ । ଖାଦାନ ନେଇ କୌଣସି ସୂଚନା ଫଳକ ନାହିଁ । ଖାଦାନ ନିକଟରୁ ପଥର ଚୋରୀ ହେଲେ ସଂଲଗ୍ନ ଖାଦାନ ଇଜିରାଦାର ଏଥିନେଇ ଏତଲା ନଦେବା କିମ୍ବା ରାଜସ୍ୱ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନେଇ ହୋଇଥିବା ଅଭିଯୋଗ ନେଇ ତହସିଲଦାର ଜବାବ ନରଖି ଆମ ନୀବନ ସରକାରକୁ ଅଯଥାରେ ଜନବିରୋଧୀ କରୁଛନ୍ତି । ଏଥିନେଇ ତହସିଦାରଙ୍କ ନୀରବତା ଅନ୍ତରାଳରେ ତହସିଲ ଓ କମ୍ପାନୀ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକାକୁ ସ୍ପଷ୍ଟ କରୁଛି । ଏଥିପାଇଁ ସରକାର ହରାଇଥିବା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଉତରଦାୟୀ କରାଯିବ । ଜଙ୍ଗଲ ବିଭାଗର ରିପୋର୍ଟ ଅନୁସାରେ ଏହି ପାହାଡଟି ମଉଳାଭଞ୍ଜ ପାହାଡ ନାମରେ ପରିଚିତ ଏବଂ ଏହା ଜଙ୍ଗଲ କିମସ ପାହାଡ ଅଟେ । ଏହି ଆଧାରରେ ଏହି ଖାଦାନ ନିକଟରେ ମଧ୍ୟ ଜଙ୍ଗଲ ବିଭାଗ ତରଫରୁ ନିଜର ସୀମା ଚିହ୍ନଟ କରାଯାଇଛି । ତେଣୁ ଏହି ପାହାଡକୁ ସୁରକ୍ଷିତ କରାଯାଇ ବୃକ୍ଷରୋପଣ ସହ ଚୋରୀ ହୋଇଥିବା ପଥର ତଥା ଏକସେସ ମାଇନିଂ ପାଇଁ ତୁରନ୍ତ ଡ୍ରୋନ କ୍ୟାମେରା ସର୍ଭେ କରାଯିବାକୁ ଆବଶ୍ୟକ ହେଲେ କୋର୍ଟର ଆଶ୍ରୟ ନିଆଯିବ ବୋଲି ସତୀଶ ଚେତାବନୀ ଦେଇଛନ୍ତି । ଏହାପରେ ଏକ ଶୋଭାଯାତ୍ରାରେ ସତୀଶଙ୍କୁ ପାହାଡ ଉପରକୁ ନିଆଯିବା ସହ ପାହାଡ ଉପରେ ନୀରବ ପ୍ରତିବାଦ କରାଯାଇ ଗଣଧାରଣା କରାଯାଇ ଥିଲା । ଏହି ଗଣଧାରଣାରେ ବହୁ ସଂଖ୍ୟାରେ ମହିଳା ଓ ସାଧାରଣ ଜନତା ସାମିଲ ହୋଇଥିଲେ ।
ଧର୍ମଶାଳାରେ ପାହାଡ ଲୁଟ ନେଇ ବଢିଲା ଅସନ୍ତୋଷ ପାହାଡ ଉପରେ ସତୀଶଙ୍କ ନେତୃତ୍ୱରେ ଗଣଧାରଣା
|
December 19, 2022 |



