ଧର୍ମପରାୟଣ ବରିଷ୍ଠ ନାଗରିକଙ୍କ ପରଲୋକ

Spread the love

ରାଉରକେଲା, ୫/୦୮/୨୦ (ସନ୍ଧାନ ନିଉଜ) : ସାରନଗରୀ ଅଂଚଳର ବରିଷ୍ଠ ନାଗରିକ ଚିନ୍ମୟ ମହାପାତ୍ରଙ୍କ ୭୯ ବର୍ଷ ବୟସରେ ଆଜି ପୂର୍ବାହ୍ନରେ ପରଲୋକ ଗମନ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଏକାଧାରରେ ଜଣେ ସାମାଜିକ କର୍ମୀ, ଧର୍ମ ପରାୟଣ ବ୍ୟକ୍ତି, ବନ୍ଧୁ ବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ଆରଏସପିରୁ ଅବସର ଗ୍ରହଣ କରିବା ପରେ ସେ ଅଂଚଳର ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସ୍ଥାନୀୟ ଅଂଚଳର ସାରନଗରୀ ଶ୍ରୀ ଜଗନ୍ନାଥ ମନ୍ଦିର,ଗୋପବନ୍ଧୁ ପ୍ରଗତି ପରିଷଦ ଓ ଅନ୍ୟ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ସ୍ୱର୍ଗତ ଚିନ୍ମୟ ମହାପାତ୍ରଙ୍କ ଅନ୍ତିମ ସଂସ୍କାର ସାମାଜିକ ଦୂରତାକୁ ବଜାୟ ରଖି ବେଦବ୍ୟାସ ଶ୍ମଶାନ ଘାଟରେ କରା ଯାଇଥିଲା । ପୁତ୍ର ପ୍ରଭାତ ମହାପାତ୍ର ମୁଖାଗ୍ନି ଦେଇଥିଲେ । ଅନ୍ତେଷ୍ଟି କ୍ରିୟାରେ ସ୍ୱର୍ଗତ ମହାପାତ୍ରଙ୍କ ଶୁଭେଚ୍ଛୁ,ବନ୍ଧୁ, ପରିଜନ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁରେ ସାରନଗରୀରେ ଶୋକର ଛାୟା ଖେଳି ଯାଇଛି ।

Related Posts

About The Author

Add Comment