ଦେବାଶିଷ ସାମନ୍ତରାୟ କାହିଁକି ଛାଡ଼ିଲେ ବିଜୁ ଜନତା ଦଳ?

Spread the love

ଦେବାଶିଷ ସାମନ୍ତରାୟ କାହିଁକି ଛାଡ଼ିଲେ ବିଜୁ ଜନତା ଦଳ। ଏବେ ଏ ବିଷୟଟି ସାରା ରାଜ୍ୟରେ କମ୍ପନ ସୃଷ୍ଟି କରିଛି। ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହିତ ଦେବାଶିଷ ସାମନ୍ତରାୟ ଙ୍କ ସଂପର୍କ କେତେ ଦୃଢ଼ ଏ କଥା ସମସ୍ତେ ଜାଣନ୍ତି। ଉପକୂଳବର୍ତୀ ଅଞ୍ଚଳରେ ବିଜୁ ଜନତା ଦଳର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିଲେ ଶ୍ରୀଯୁକ୍ତ ସାମନ୍ତରାୟ। ଯେତେ ବେଳେ ଭି କେ ପାଣ୍ଡିଆନ ଙ୍କୁ ଦଳ ରେ ଗ୍ରହଣ କରି ନବୀନ ପଟ୍ଟନାୟକ ତାଙ୍କୁ ସବୁ କ୍ଷମତା ହସ୍ତାନ୍ତର କଲେ, ଠିକ୍ ସେହି ସମୟରେ ଏହାକୁ ରୋକିବା ପାଇଁ ଦେବାଶିଷ ସାମନ୍ତରାୟ ଉଦ୍ୟମ କରି ଥିଲେ। ଯାହା ଫଳରେ ନବୀନ ପଟ୍ଟନାୟକ ଙ୍କ ବିରୋଧୀ ଲିଷ୍ଟ ରେ ଦେବାଶିଷ ସାମନ୍ତରାୟ ଙ୍କ ନାମ ଯୋଡ଼ି ହୋଇ ଯାଇଥିଲା। ତଥାପି ବିଜୁ ଜନତା ଦଳର କୌଣସି କ୍ଷତି ନ ହେଉ ଏହା ହିଁ ଥିଲା ଦେବାଶିଷ ସାମନ୍ତରାୟ ଙ୍କ ଇଚ୍ଛା। ଏମିତି କି ତାଙ୍କୁ ନବୀନ ପଟ୍ଟନାୟକ ଙ୍କ ସହ ଭେଟିବାକୁ ଦିଆ ଯାଇ ନ ଥିଲା। ଯାହା ଫଳରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ର ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟ ରେ ସେ ବିଜେପି ରେ ଯୋଗ ଦେଇଛନ୍ତି। ଏପଟେ କଟକ ମେୟର ସୁବାସ ସିଂ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଯେ ଦେବାଶିଷ ଜଣେ ଦୁର୍ନୀତିଗ୍ରସ୍ତ ନେତା ଥିଲେ,। ସି ବି ଆଇ ଡର ରେ ସେ ବିଜେପି ରେ ଯୋଗ ଦେଇ ଛନ୍ତି। ଆମ ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment