ଦେବସ୍ଥଳୀ ସ୍ଥାନକୁ ଜୋର ଜବର ଦଖଲ: ଚାଲିଛି ସିମେଂଟ ବ୍ୟବସାୟ

Spread the love

ରସୁଲପୁର,୨୪ା୭(ସନୁ୍ୟ): ରାଜ୍ୟରେ ଦିନକୁ ଦିନ ସରକାରୀ ଓ ଦେବସ୍ଥଳୀ ଜମି ସଙ୍କୁଚିତ ହେବାରେ ଲାଗିଛି । ଅନାବଦି ଓ ଗୋଚର ଜମିକୁ ମଧ୍ୟ ମାଫିଆମାନେ ଛାଡିଲେ ନାହିଁ । ଅଂଚଳରେ ଜବର ଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ହେଲେ ଏ ଦିଗରେ ପ୍ରଶାସନ ନିରବତାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କିଛି ବ୍ୟବସାୟୀ ଜୋର ଜୁଲମ କରି ଦେବସ୍ଥଳୀକୁ ନିଜ ଅକ୍ତିଆର କରି ସେଠାରେ ସିମେଂଟ ବ୍ୟସାୟରେ ପରିଣତ କରିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ କୋଠିଡିହ ଗ୍ରାମରେ । ଅଭିଯୋଗ ମୁତାବକ ଏହି ଗ୍ରାମର ଗ୍ରାମଦେବତୀଙ୍କ ମନ୍ଦିର ଜମିକୁ ଏହି ଗ୍ରାମର ସୂର୍ଯ୍ୟମଣି ନାୟକ ଜୋର ଜବର ଅକ୍ତିଆର କରି ଏଠାରେ ସ୍ଥାୟୀ ବ୍ୟବସାୟରେ ପଣିରତ କଲେଣି । ଏଠାରେ ଗ୍ରାମଦେବତୀଙ୍କ ମନ୍ଦିର ଜମି ପ୍ଲଟ ନମ୍ବର ୨୦୨ରେ ୨୪ ଡିସିମିଲ ଶ୍ରୀ କୋଠିମଙ୍ଗଳା ବିଜେସ୍ଥଳୀଭାବେ ସରକାରୀ ରେର୍କଡ ରହିଛି । ଯାହାକୁ ଗ୍ରାମବାସୀ ଆବାହକ କାଳରୁ ଏଠାରେ ମା କୋଠିମଙ୍ଗଳା ମନ୍ଦିରର ପ୍ରତିଷ୍ଠା କରାଯାଇ ମଙ୍ଗଳାକୁ ପୂଜାର୍ଚ୍ଚନା କରାଯାଉଛି । ଏହି ମନ୍ଦିରକୁ ସ୍ଥାନୀୟ ଅଂଚଳର କୋଠିଡିହ ସମେତ ନୂଆକୂଳ,ଦେଓଦା,ସେରପୁର,ରାଏପଡା ଓ ମଙ୍ଗଳପୁର ଆଦି ଅଂଚଳରୁ ଶତାଧିକ ଭକ୍ତମାନେ ଏଠାକୁ ବିଭିନ୍ନ ମାନସିକ ନିମନ୍ତେ ଆସି ପୂଜାର୍ଚ୍ଚନା କରିଥାନ୍ତି । ଏହି ମନ୍ଦିର ଏହି ଅଂଚଳରେ ପ୍ରସିଦ୍ଧ ଲାଭ କରିଥିବା ବେଳେ ଏହି ମନ୍ଦିର ଜମି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଫଳରେ ବିଭିନ୍ନ ପର୍ବପର୍ବାଣୀରେ ଭକ୍ତମାନେ ଆସିଲେ ପୂଜା କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ହେଲେ ମନ୍ଦିର ଜମିକୁ ଗ୍ରାମର ସୂର୍ଯ୍ୟମଣୀ ନାୟକ ଏହି ବନ୍ଦିର ଜମିକୁ ଜୋର ଜବର କରି ଏଠାରେ ସିମେଂଟ ଝରକା ,କବାଟ,ଟାଇଲ ଓ ଆଜବେଷ୍ଟସ୍ ଆଦି ଜମା କରି ସ୍ଥାୟୀ ବ୍ୟବସାୟରେ ପରିଣତ କଲେଣି । ଏନେଇ ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କଲେ ମଧ୍ୟ ସେମାନଙ୍କ ନମାରେ ମାମଲ ରୁଜୁ କରିବା ନେଇ ଧମକଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏନେଇ ଗ୍ରାମବାସୀ ବ୍ରହ୍ମବରଦା ଫାଣ୍ଡି ଓ ଧର୍ମଶାଳା ତହସିଲରେ ଅଭିଯୋଗ କରାଯାଇଛି । ଏହି ଘଟଣାକୁ ନେଇ ଚଳିତ ମାସ ୩୦ ତାରିଖରେ ତହସିଲରେ ଏକ ସମାଧାନ କରାଯିବ ବୋଲି ଜଣାପଡିଛି । ଏଭଳି ଘଟଣା ଯଦି ଆଉ କିଛି ଦିନ ଲାଗି ରୁହେ ତେବେ ଏହି ମନ୍ଦିରକୁ ଆସୁଥିବା ଶତାଧିକ ଭକ୍ତମାନେ ପୂଜା କରିବାରୁ ବଂଚିତ ହେବେ । ଏ ଦିଗ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଭାତ ରାଉତ,ରାଜକିଶୋର ନାୟକ,ଅଖିଳ ନାୟକ,ଭୀମସେନ ନାୟକ,ଗୁଣଧର ନାୟକ,ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ସମତେ ଶତାଧିକ ମଙ୍ଗଳା ଭକ୍ତମାନେ ଦାବି କରିଛନ୍ତି ।

Related Posts

About The Author

Add Comment