ଦେଉଳୀ ପାହାଡରୁ ମହିଳାଙ୍କ ମୃତ ଦେହ ସହିତ ମୃମୁର୍ଷ ଅବସ୍ଥାରେ ଯୁବତ ଉଦ୍ଧାର, ଗଣଦୃର୍ଷ୍କମ ସନ୍ଧେହ
ଦେଉଳୀ ପାହାଡରୁ ମହିଳାଙ୍କ ମୃତ ଦେହ ସହିତ ମୃମୁର୍ଷ ଅବସ୍ଥାରେ ଯୁବତ ଉଦ୍ଧାର, ଗଣଦୃର୍ଷ୍କମ ସନ୍ଧେହ
Manas Kumar Rout |
May 4, 2019 |
ବାଲେଶ୍ୱରରେ ଧର୍ମଶାଳାର ଯୁବକଙ୍କୁ ହତ୍ୟା ସନ୍ଧେହ
ଯାଜପୁର, ୪/୫ (ସନ୍ଧାନ ନିୟୁଜ/ମାନସ ରାଉତ) ଗୋଟେ ପଟେ ରାଜ୍ୟରେ ଫନି ନିଜର ତାଣ୍ଡବ ରଚିଥିବା ବେଳେ ଅନ୍ୟ ବେଳେ ଅସାମାଜିକ କିଛି ବବରିଚରିତ ଅମାନବିକ ଅବରାଧୀ ମାନେ ଯାଜପୁର ଜିଲ୍ଲାର ଦେଉଳୀ ପାହାଡରେ ତାଣ୍ଡବ କରିଛନ୍ତି । ଧର୍ମଶାଳା ଅଂଚଳର ଜଣେ ଯୁବକଙ୍କୁ ବାଲେଶ୍ୱରରେ ହତ୍ୟା କରାଯାଇଥିବା ବେଳେ ଗତକାଲି ଦେଉଳୀ ପାହାଡରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏଥି ସହିତ ଜଣେ ଯୁବତୀଙ୍କ ମୃମୁର୍ଷ ଅବସ୍ଥାରେ ଆଜି ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଧର୍ମଶାଳା ପୋଲିସ ପ୍ରାଥମିକ ତଦନ୍ତ କରିଥିବା ବେଳେ ଯୁବତୀ ଏବଂ ମହିଳାଙ୍କୁ ଗଣଦୃଷ୍କମ କରାଯାଇଥିବା ନେଇ ସନେ୍ଦହ ଉପୁଜିଛି । ତେବେ ଘଟଣା କିଏ ଘଟାଇଲା ଓ କିଭଳି ସେଠାକୁ ନେଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଲେ ତାହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଅପରାଧି ମାନେ ଫନୀର ତଣ୍ଡବ ମଧ୍ୟରେ ଏସବୁ ଅତି ସୁରୁଖୁରୁରେ କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ବେଳେ ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୁକ୍ତି ରହିଥିବା ଅନୁମାନ କରାଯାଉଛି । ତୁରନ୍ତ ପୋଲିସ ଅପରାଧିଙ୍କୁ ଗିରଫ କରିବାକୁ ସବୁ ମହଲରେ ଦୃଢ଼ ଦାବି ହେଉଛି ।

Related Posts
About The Author