ବାରିପଦା, ୨୭/୦୬/୨୦ (ସନ୍ଧାନ ନିଉଜ) : ଅବ୍ୟବସ୍ଥା ମ୍ୟଧରେ ରହିଛି ଦେଉଳି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ବଡ଼ସାହି ବ୍ଲକ୍ ଅଧୀନ ଦେଉଳିଆ ପଞ୍ଚାୟତରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ଥାନୀୟ ଲୋକଙ୍କୁ ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ମିଳୁନି। ମେଡ଼ିକାଲ କାନ୍ଥ ଫାଟି ଆଁ କରିଛି। ଷ୍ଟାଫ୍ ନର୍ସ ନ ଥିବାବେଳେ କର୍ମଚାରୀଙ୍କ ଘୋର ଅଭାବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଠାରେ ନିଯୁକ୍ତି ହୋଇ ଥିବା ଡ଼ାକ୍ତରଙ୍କୁ ଡେପୁଟେସନରେ ପଠାଇ ଦିଆଯାଉଛି। ଏଣୁ କେତେବେଳେ କେଉଁ ଡାକ୍ତର କେଉଁଠି ନିଯୁକ୍ତ ହେଉଛନ୍ତି ସେ ସମ୍ପର୍କରେ ଲୋକ ଜାଣିପାରୁ ନାହାନ୍ତି। ଅନେକ ସମୟରେ ଡ଼ାକ୍ତରଖାନାକୁ ଆସି ରୋଗୀମାନେ ନିରାଶରେ ଫେରୁଛନ୍ତି। ମୋଟାମୋଟି ଭାବେ ଦେଉଳି ପିଏଚ୍ ସିର ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅଭିଯୋଗ ସତ୍ବେ ପ୍ରାଶାସନ ପଦକ୍ଷେପ ନେଉ ନଥିବା ଯୋଗୁଁ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଦେଉଳି ପିଏଚ୍ସି ଉପରେ ବଇଁଚା , ପୁରୁଣାପାଣି , ଗଦଗଦି , ଛେଳିଆ , ଚାନ୍ଦଢିଆ , କୁଢିଆ , ହଳଦିପଦା , ପିଟିସାରି , ଚକ୍ରଧରପୁର , ନୂଆସାହି , କେନ୍ଦୁଢିଆ ଆଦି ଅଞ୍ଚଳର ଲୋକେ ଚିକିସôା ପାଇଁ ନିର୍ଭରଶୀଳ । ଗତ ବର୍ଷେ ହେଲେ ଏଠାରୁ ଡାକ୍ତରଙ୍କୁ ଡେପ୍ଲଟେସନରେ ପଠାଇ ଦିଆଯାଉଛି । ରୋଗୀମାନେ ସ୍ୱାସ୍ଥ୍ୟସେବା ନପାଇ ନିରାଶରେ ଫେରୁଛନ୍ତି । ଆଉ କେତେକ ଦୂରଦୂରାନ୍ତରେ ଥିବା ମେଡିକାଲକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏଠାରେ ରୋଗୀଙ୍କ ଦେଖାଶୁଣା କରିବା ପାଇଁ ଆଦୌ ଷ୍ଟାଫ୍ନର୍ସ ନାହାନ୍ତି । ଜଣେ ମାତ୍ର ଫାମାସିଷ୍ଟ୍ ତପନ ମାହାଳିକ , ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦିଲ୍ଲୀପ ମାହାଳିକ , ସୁପର ରଞ୍ଜିତା , ନାଏକ , ଡାକ୍ତର ସମ୍ବିତ ଦାସ , ଡାକ୍ତର ସନ୍ତୋଷ ବାରିକଙ୍କୁ ନେଇ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର । ଏହି ୨ ଡାକ୍ତର କେଉଁଦିନ ବଡସାହି ଡାକ୍ତରଖାନା ତ କେଉଁଦିନ ମାଣତ୍ରୀ ଓ ବେତନଟୀରେ ଡ୍ୟୁଟି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରର ଶଯ୍ୟା ବଢାଇବା ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଦାବି କରାଯିବା ସତ୍ତ୍ୱେ ତାହା ଫଳପ୍ରସୂ ହେଉନି ।କେବଳ ସେତିକି ନୁହେଁ , ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ୪ ବର୍ଷ ପୂର୍ବରୁ ନିମାର୍ଣ ହୋଇଥିବା ଡାକ୍ତରଙ୍କ କ୍ୱାର୍ଟର୍ସ ଏବଂ ଭୂତକୋଠି ପାଲଟିଛି । ଲାଇଟ୍ ଓ ଅନ୍ୟ ସାମଗ୍ରୀ ଚୋରି ହୋଇଯିବା ପରେ ଆରଡିର କନିଷ୍ଠ ଯନ୍ତ୍ରୀଙ୍କୁ ଦାବି ଦେଇ ଡାକ୍ତର ଏଠାରେ ରହୁନାହାନ୍ତି । ଫାର୍ମାସିଷ୍ଟ ଓ ଏନ୍ଏମ୍ କ୍ୱାର୍ଟର୍ସ ମଧ୍ୟ ଭାଙ୍ଗି ରୁଜି ଗଲାଣି । ରହିବା ଅନୁପଯୋଗୀ , ଯୋଗୁ ଡାକ୍ତର , ଫାର୍ମାସିଷ୍ଟ୍ ଓ ଏନ୍ଏମ୍ କ୍ୱାର୍ଟର୍ସ ରହୁନାହାନ୍ତି । ଏ ଦିଗରେ ବିଭାଗୀୟ ଅଧିକାରୀ ଚୁପ୍ । ଏହାବାଦ୍ ଡାକ୍ତରଖାନା କାନ୍ଥ ଚାରିଆଡେ ଫାଟି ଆଁ କରିଛି । ନିମ୍ନାନର କାମ ଯୋଗୁ ଏଭଳି ହୋଇଥିବା ଲୋକ ଅଭିଯୋଗ କରୁଛନ୍ତି । ଡାକ୍ତରଖାନାର ଉନ୍ନ୍ତିକରଣ ପାଇଁ ରୋଗୀ କଲ୍ୟାଣ ସମିତିର ଭୂମିକା ମଧ୍ୟ ସନେ୍ଦହ ଘେରରେ । ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ସରପଞ୍ଚ ବୌଦ୍ୟନାଥ ସିଂ , ବିଶିଷ୍ଟ ରାଜନେତା ଆଡ୍ଭୋକେଟ୍ ଅଭୟ ମହାପାତ୍ର , ସମାଜସେବୀ ହାଡିବଦ୍ଧୁ ମହାପାତ୍ର , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ବେହେରା , ନରୋତ୍ତମ ମହାପାତ୍ର ,ସତ୍ୟରଞ୍ଜନ ଲେଙ୍କା ପ୍ରମୁଖ ଦାବି କରିଛନ୍ତି । ଉପଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ ,ମେଡିକାଲ୍ର ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ଆନେ୍ଦାଳନ କରାଯିବା ବୋଲି ଚେତାବନୀ ଦେଇଛନ୍ତି ।
ଦେଉଳିଆ ପି.ଏଚ୍.ସିରେ ମିଳୁନି ସ୍ଵାସ୍ଥ୍ୟ ସେବା ;
|
June 28, 2020 |
