ଧର୍ମଶାଳା, ୩/୭(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ଥାନା ଅନ୍ତର୍ଗତ ଜାତୀୟ ରାପଥ ୧୬ ନେଉଳପୁର ଛକ ନିକଟରେ ମଙ୍ଗଳବାର ଦିପ୍ରହର ସମୟରେ ସଡକ ଦୃର୍ଘଟଣାରେ ଧର୍ମଶାଳା ଥାନାର କନେଷ୍ଠବଳଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ମୃତ କନେଷ୍ଠବଳଙ୍କ ନାମ ପ୍ରଭାସ ରଂଜନ ରଥ (୩୫) ଘର କୁଆଖିଆ ଥାନା ଅନ୍ତର୍ଗତ କୁରାଂଶ ଗ୍ରାମର ବୋଲି ଜଣାପଡିଛି ।
ସେ ଆଜି ନିଜ କାମରେ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଅପରପଟରୁ ଏକ ଇରିଟିଗୋ କାରର (OD02AC 6397) ଚାଳକ ପ୍ରଚୁର ମଦ ପିଇ ଦୃତ ଗତିରେ ନେଉଳପୁରକୁ ଆସୁଥିବା ବେଳେ ମୃତ ପ୍ରଭାସଙ୍କ ଗାଡିର ସହିତ ମୁହାଁମୁହଁ ଧକ୍କା ହୋଇଥିଲା । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଦୃର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଚଳାଇଛି । ତେବେ ଦୃଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ପ୍ରଭାସଙ୍କ ଏଭଳି ଅକଳା ମୃତୁ୍ୟରେ ଧର୍ମଶାଳା ଥାନାର ଶୋକର ଛାୟା ଖେଳିଯାଇଛି ।