ଦୂଷିତ ପାଣି ପିଉଛନ୍ତି ସବଡେଗା ବାସୀ : ବିଭିନ୍ନ ରୋଗ ହେବା ଆଶଙ୍କା

Spread the love

ସୁନ୍ଦରଗଡ ତା:୨୭/୫/୨୦୨୫( ସନ୍ଧାନ ନ୍ୟୁଜ ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପାନୀୟ ଜଳ ଅପବ୍ୟାବସ୍ଥା ରେ ଅନେକ ଲୋକଙ୍କ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ହେଉଥିବା ସୂତ୍ରରୁ ଜଣାପଡିଛି । ସବଡେଗା ପଞ୍ଚାୟତ ଅଧିନରେ ଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପାନୀୟ ଜଳର ଉତ୍କୃଷ୍ଟ ମାନ ତଦାରଖ ନ କରି ତାହା ଲୋକଙ୍କ ପାଖକୁ ଦେଉଥିବା ବେଳେ ତାହା ଅତ୍ୟଧିକ ଗୋଳିଆ ପାଣି ସହ ପାଣିରେ ଜିଆ ସବୁ ଆସୁଥିବା ଅଭିଯୋଗ କରିଥିବା ସୂଚନା ରହିଛି । ଏହି କାରଣରୁ ଅଞ୍ଚଳରେ ପାନୀୟ ଜଳ କୁ ନେଇ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ପାଣିର ଉତ୍ସକୁ ଉଚିତ୍ ପରିମାଣରେ ସଫା ନ କରିବା ସହିତ ପାଣିକୁ ସଫା କରିବା ପାଇଁ ସରକାରଙ୍କ ତରଫରୁ ଆସୁଥିବା ଜିନିଷର ଉପଯୋଗ ହେଉ ନ ଥିବା କାରଣରୁ ଲୋକେ ଅସୁବିଧା ହେଉଥିବା ଜଣାପଡିଛି । ସବଡେଗା ବ୍ଲକ ହୋଇ ମଧ୍ୟ ପାନୀୟ ଜଳର ସୁବିଧାରେ ବ୍ୟତିକ୍ରମ ହେବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ତା ସହିତ ବିଭାଗୀୟ ଅଧିକାରୀ ଅଞ୍ଚଳରେ ରୀତିମତ ନ ରହିବା କାରଣରୁ ଅସୁବିଧା ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ବ୍ଲକ ପ୍ରଶାସନ ଏ ଦିଗରେ ଅତିଶୀଘ୍ର ଦୃଷ୍ଟି ଦେଇ ସମାଧାନ କରିବାକୁ ଦାବି ହେଉଥିବା ଜଣାପଡିଛି

Related Posts

About The Author

Add Comment