ଦୁର୍ନୀତି ବଳୟରେ ଜୟଚଣ୍ଡୀ ହାଇସ୍କୁଲ ସ୍ପୋର୍ଟ୍ସ ପରେ ଏବେ ପ୍ରିଣ୍ଟର କିଣାରେ ଦୁର୍ନୀତି ଅଭିଯୋଗ

Spread the love

ଯାଜପୁର ସଦର, : ୨୩/୫/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟକୂ ବିଭିନ୍ନ ଯୋଜନାରେ ସରକାରଙ୍କ ପକ୍ଷରୁ ଆସିଥିବା ଅର୍ଥରେ  ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ )ଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ  ଦିନକୁ ଦିନ ଦୁର୍ନୀତିର ଚେର ଲମ୍ବିବାରେ ଲାଗିଛି | ପ୍ରଥମେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ପରେ ସ୍ପୋର୍ଟ୍ସ ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେବା ପରେ ଏବେ ପୁଣି ବିଦ୍ୟାଳୟ ପାଇଁ କିଣା ଯାଇଥିବା ପ୍ରିଣ୍ଟର ଉଇଥ ସ୍କାନର କିଣାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି  | ଅଭିଯୋଗ ଅନୁଯାଇ  ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୂ ଆସିଥିବା କଣ୍ଟିଜେନସି ଅର୍ଥରେ ବିଦ୍ୟାଳୟର ଆବଶ୍ୟକତା ଅନୁଯାଇ ଏକ ପ୍ରିଣ୍ଟର ଉଇଥ ସ୍କାନର କିଣିବା ପାଇଁ ଏସଏମଡିସି ବୈଠକରେ ୧0ହଜାରେ ୭ ଶହ ଟଙ୍କାରେ କିଣା ଯିବା ପାଇଁ ନିଷ୍ପତି ହୋଇଥିଲା | ନିୟମ ଅନୁଯାଇ ବିଦ୍ୟାଳୟର ଯେକୌଣସି ସାମଗ୍ରୀ କିଣାଯିବ ସେହି ସାମଗ୍ରୀର ବଜାର ଦର ବୁଝିବା ପରେ  ଆବଶ୍ୟକୀୟ ଅର୍ଥ  ସେହି ଭେଣ୍ଡର ଏକାଉଣ୍ଟକୂ ଦିଆଯାଇ ଥାଏ   | କିନ୍ତୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭେଣ୍ଡର ଜରିଆରେ ପ୍ରିଣ୍ଟର ନକିଣି ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକଙ୍କ ଏକାଉଣ୍ଟକୂ ୧୨ହଜାରେ ୫ ଶହ ଟଙ୍କା ପଠାଇ ଥିଲେ |  ବଜାରରେ ୧0ହଜାରେ ୭ ଶହ ଟଙ୍କାରେ ପ୍ରିଣ୍ଟର ଉଇଥ ସ୍କାନର ମିଳୁଥିବା ବେଳେ ଏହି ସାମଗ୍ରୀ କିଣିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ୧୨ହଜାରେ ୫ ଶହ ଟଙ୍କା ପଠାଇବା ଘଟଣାକୂ ନେଇ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି | ସେହିପରି ବିଦ୍ୟାଳୟରେ ଅନ୍ୟାନ୍ୟ ସାମଗ୍ରୀ କିଣାରେ ମଧ୍ୟ ଦୁର୍ନୀତି ହୋଇଥାଇ ପାରେ ବୋଲି ମଧ୍ୟ ସାଧାରଣରେ ଅଭିଯୋଗ ହୋଇଛି | ଏ ସମସ୍ତ ଅଭିଯୋଗ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ହୋଇଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ଏଠାରେ ପ୍ରକାଶ ଥାଉକି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡିଙ୍କ ସମୟରୁ ଏହି ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେର ଫେର ହୋଇଥିବା ନେଇ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ବାରମ୍ବାର ଶିକ୍ଷା ବିଭାଗର ଉଚ୍ଚ କତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇ ଆସିଥିଲେ ମଧ୍ୟ  ଏଥିପ୍ରତି କୌଣସି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିଲେ | ଇତି ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଣ୍ଡି ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇ ପଳାଇ ଯାଇଥିଲେ ମଧ୍ୟ ଏହି ବିଦ୍ୟାଳୟରେ ଦୁର୍ନୀତି କମିବା ପରିବର୍ତ୍ତେ ଦିନକୁ ଦିନ ଦୁର୍ନୀତିର ଚେର ଲମ୍ବି ଲମ୍ବି ଯାଉଛି | ତେବେ ଏହି ବିଦ୍ୟାଳୟରେ ହୋଇଥିବା ଆର୍ଥିକ ଅନିୟମିତତାର ଏଜ ସ୍ୱତନ୍ତ୍ର ଅଡିଟ କରାଯିବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି |

Related Posts

About The Author

Add Comment