ଦୁର୍ନୀତି ନିବାରଣ ସପ୍ତାହ ୨୦୨୩

Spread the love

ସୁନ୍ଦରଗଡ଼ ତା: ୨/୧୧/୨୦୨୩( ସନ୍ଧାନ ନିଉଜ/ ରାଜୁ ପଟେଲ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ତରଫରୁ ସବଡେଗାରେ ଗୋଟିଏ ସପ୍ତାହ ଧରି ସଚେତନତା ସପ୍ତାହର ଶୁଭାରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ଲକ ସପ୍ତାହେ ଧରି ଏହି ହେବାର କାର୍ଯ୍ୟକ୍ରମ ରହିଛି । ଏହି କର୍ମରେ ଆଜି ସବଡେଗା ବ୍ଲକ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀୟ ବେସରକାରୀ କର୍ମଚାରୀ ଓ ମହିଳାମାନଙ୍କୁ ନେଇ ପାଳନ କରାଯାଇଥିଲା । ଅଂଚଳରେ କିପରି ଦୁର୍ନୀତି ଦୂର କରାଯିବ ତଥା ଅଞ୍ଚଳବାସୀ ଦୁର୍ନୀତିରୁ ଦୁରେଇ ରହିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଦୈତାରି ଘଡେଇ ଯୋଗଦେଇ ଦୁର୍ନୀତିରେ ଲିପ୍ତଥିବା ଲୋକଙ୍କୁ କିପରି ସଚେତନତା ମାଧ୍ୟମରେ ଦୁରେଇ ରଖିବେ ସେ ଦିଗରେ ଆଲୋକପାତ କରିଥିଲେ । ବ୍ଲକ ଅତିରିକ୍ତ ବ୍ଲକ ଅଧିକାରୀ ଶଶୀଭୂଷଣ ଲାକ୍ରା ସଭାକୁ ପରିଚାଳନା କରିଥିଲେ । ସମସ୍ତ ସରକାରୀ ବେସରକାରୀ କର୍ମୀଙ୍କୁ ନିଜ ଅଂଚଳର ଦୁର୍ନୀତି ଦିଗରେ ଦୃଷ୍ଟି ଦେବାକୁ ଆହ୍ବାନ ଦେଇଥିଲେ । ଏହି ସଭାରେ ବ୍ଲକର ବଡ଼ବାବୁ,ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଉପସ୍ଥିତ ଥିଲେ ।

Related Posts

About The Author

Add Comment