ଦୁର୍ଘଟଣାରେ ମୃତ ଶ୍ରମିକ ମାନଙ୍କୁ ମିଳିଲା କ୍ଷତିପୂରଣ, ଘଟଣାର ହେବ ତଦନ୍ତ

Spread the love
  •  
  •  
  •  
  •  
  •  

ରାଉରକେଲା, 07/01.(ସନ୍ଧାନ ନ୍ୟୁଜ) : ଗତକାଲି  ବୁଧବାର ପୂର୍ବାହ୍ନରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର କୋଲ କେମିକାଲ ବିଭାଗ(ସିସିଡ଼ି)ରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଫଳରେ ୪ ଜଣଙ୍କ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ମୃତକ ମାନଙ୍କ ମଧ୍ୟରୁ ୨ ଜଣ ଶ୍ରମିକ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳର ବୋଲି ସୂଚନା ମିଳିଛି । ଗ୍ୟାସ ଲିକରେ ମୃତ୍ୟୁବରଣ କରିଥିବା ଉଭୟ ମୃତକଙ୍କ ପରିବାରବର୍ଗଙ୍କୁ ଅଢେଇ ଲକ୍ଷ ଟଙ୍କାର ଚେକ୍ ଅନୁକମ୍ପାମୂଳକ ସହାୟତା ରାଶି  ଓ ଅନ୍ତିମ ସଂସ୍କାର ନିମନ୍ତେ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ମୃତ ଶ୍ରମିକ ଦ୍ୱୟ ଆରଏସ୍‌ପିର ଏକ ଠିକା ସଂସ୍ଥା ଷ୍ଟାର କନଷ୍ଟ୍ରକସନ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି ଘଟଣା ସାରନଗରୀରେ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତକ ଦ୍ୱୟ ହେଲେ ସାରନଗରୀ ସ୍ଥିତ କନଷ୍ଟ୍ରକସନ କଲୋନୀ  ‘ବି’ ବ୍ଲକର ରତ୍ନାକର ସାହୁଙ୍କ ପୁତ୍ର ରବିନ୍ଦ୍ର ସାହୁ (୫୯) । ସେ ଭଦ୍ରକ ଅଂଚଳର ମୂଳବାସିନ୍ଦା ଓ ଅନ୍ୟଜଣେ ମୃତକ ଉକ୍ତ କଲୋନୀର ‘ଏ’ ବ୍ଲକରେ ରହୁଥିବା ଗଣେଶ ଚନ୍ଦ୍ର ପାହିଲ(୫୫)ା  ସେ ଜଗତସିଂହପୁର ମୂଳବାସୀ ଫଗୁ ପାହିଲଙ୍କ ପୁତ୍ର ।  ସୁନ୍ଦରଗଡ଼ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୃତ ଶ୍ରମିକ ମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥଲା । ଆରଏସପିରେ ଘଟିଥିବା ଏହି ଗ୍ୟାସଲିକ ଘଟଣାରେ ଦୁଇଜଣ ଡିଜିଏମ ନଭେନ୍ଦୁ ଦାଶ ଓ ଗୋପବନ୍ଧୁ ବାରିକଙ୍କୁ ଆରଏସପି ସିଇଓଙ୍କ ନିର୍ଦ୍ଦେଶରେ ବହିଷ୍କାର କରାଯାଇଛି । ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ଆରଏସପିରେ ଗ୍ୟାସ ଲିକ ଘଟଣା ପରେ ଏହାକୁ ନେଇ ରାଉରକେଲା ସହରରେ ବସବାସ କରୁଥିôବା ଲୋକ ମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା

Related Posts

About The Author

Add Comment