ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ, ଜଣେ ଗୁରୁତର; ଭଦ୍ରକରେ ଶୋକର ଛାୟା

Spread the love

ଭଦ୍ରକ, ୧୭/୭ (ସନ୍ଧାନ ନିୟୁଜ ) ସୁଦୂର ପଶ୍ଚିମବଙ୍ଗସ୍ଥିତ କୋଲକାତା ହାୱରାର ଏକ ବିବାହ ଭୋଜିକୁ କାର୍ ଯୋଗେ ଯୋଗଦେବାକୁ ଯାଇଥିବା ପାଞ୍ଚଜଣଙ୍କ ମଧ୍ୟରୁ ଚାରିଜଣ ସାଥୀଙ୍କ ଜୀବନ ଚାଲିଯିବା ଘଟଣା ଭଦ୍ରକରେ ଶୋକର ଛାୟା ଖେଳାଇ ଦେଇଛି। ୫ ଜଣଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଏବେ ଢୁଲାଗଡ ଡାକ୍ତରଖାନାରେ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛି। ସମସ୍ତ ମୃତାହତ ଯୁବକଙ୍କ ଘର ଓଡିଶାର ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା ଅଂଚଳ ବୋଲି ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ମଙ୍ଗଳବାର ଅପରାହ୍ନରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଭଦ୍ରକ କୁଆଁସ ଗ୍ରାମର ଦିଗ୍ବିଜୟ ଦାସ (ଦିପୁ), ଯାଜପୁର ବିଂଝାରପୁର ଅଂଚଳର ମନୋଜ ମହାନ୍ତି, ଖୋର୍ଦ୍ଧା ଜିଲା ଚନ୍ଦକା ଅଂଚଳର ଦିଲ୍ଲୀପ କୁମାର ନାୟକ ଓ ସହୀଦ ନଗରର ପି. ତେଜେଶ୍ୱର ରାଓ ଏବଂ ଭୁବନେଶ୍ୱରର କ୍ରିଷ୍ଣା ରାଓ ଏକ କାର ଯୋଗେ ସୁଦୂର ପଶ୍ଚିମବଙ୍ଗର କୋଲକାତା ସ୍ଥିତ ହାୱାରାକୁ ଯାଇଥିଲେ। ତେବେ ଫେରିବା ସମୟରେ ସେମାନଙ୍କ କାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳେ ପଶିଯାଇଥିଲା। ଫଳରେ ପାଞ୍ଚଜଣଙ୍କ ମଧ୍ୟରୁ କେବଳ କ୍ରିଷ୍ଣା ରାଓ ଗୁରୁତରଅବସ୍ଥାରେ ଢୁଲାଗଡ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ସମସ୍ତ ଚାରିଜଣ ସାଙ୍ଗ ମୃତ୍ୟୁବରଣ କରୁଥିବାର ଜଣାପଡିଛି। ସ୍ଥାନୀୟ ଶଙ୍କରାଇ ଥାନା ପୁଲିସ୍ ସେମାନଙ୍କ ମୃତଦେହ ଜବତ କରି ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଛି। ବିଶେଷକରି ଭଦ୍ରକର ଦିଗ୍ବିଜୟ ଜଣେ ଭଲ କ୍ରିକେଟ୍ ଖେଳାଳି ହୋଇଥିବାରୁ ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ଓ କ୍ରୀଡାବିତ୍ ମହଲରେ ଶୋକର ଛାୟା ଖେଳିଯାଇଛି।

REPORT- R NAYAK

Related Posts

About The Author

Add Comment