ବାଲିସଙ୍କରା ତା;୨୬/୭/୨୦୨୫( ସନ୍ଧାନ ନ୍ୟୁଜ/ଦୁର୍ଯ୍ୟୋଧନ ଗରଡିଆ) ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବାଲିସଙ୍କରା ବ୍ଲକ ଅନ୍ତର୍ଗତ ଶାଗବାହାଲ ପଞ୍ଚାୟତର ଦିଆ ପଥଳ ଘାଟିରେ ଅକ୍ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।ଏହି ଦୁର୍ଘଟଣାରେ ୪ଜଣ ଯୁବକ ଆହତ ହୋଇଥିବା ସୂଚନା ରହିଛି ।ଶାଗବାହାଲ୍, ବନଡେଗା ଅଞ୍ଚଳ ଓଡ଼ିଶାର ସୀମାନ୍ତ ଅଞ୍ଚଳ ହେବା କାରଣରୁ ପଡୋଶୀ ରାଜ୍ୟ ରୁ ଚାଷ ସମୟରେ ମଜୁରୀ କାମ କରିବାକୁ ଆସିଥାନ୍ତି । ସୂଚନା ଅନୁସାରେ ୱେଷ୍ଟ ବେଙ୍ଗଲ ରୁ କିଛି ଲେବର ମିସ୍ତ୍ରୀ ବନଡେଗା ଗ୍ରାମ ପଞ୍ଚାୟତ ର ମୁରକିଆ ରେ ଆସି ରହି ଆଖ ପାଖ ରେ ଥିବା କାମ କରି ଆସୁଥିଲେ l ସେ ମାନଙ୍କ ଭିତରୁ ଆଜି ୪ଜଣ ଯୁବକ ମଟର ସାଇକେଲ ଯୋଗେ ଦ୍ରୁତ ଗତିରେ ଅପରାହ୍ନ ୧.୪୦ ମିନିଟରେ ରାସ୍ତା ରେ ଆସୁଥିବା ସମୟ ରେ ଆଜି ଦୁର୍ଘଟଣା ର ଶିକାର ହୋଇଥିବା ଦେଖିବାକୁ ମିଳିଛି l ଖବର ପାଇ ବନଡେଗା ଫାଣ୍ଡି ଅଧିକାରୀ ସେ ସ୍ଥାନ କୁ ପହଂଚି ୧0୮ଆମ୍ବୁଲାନ୍ସ ଯୋଗେ ଚିକିଶାଲକୁ ପଠାଇବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂତ୍ରରୁ ପ୍ରକାଶ ।ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯୁବକମାନେ ୱେଷ୍ଟ ବେଙ୍ଗଲର ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ l ଦୁର୍ଘଟଣା ହୋଇ ଥିବା ଭିତରୁ ଜଣକ ର ଦୁଇ ଗୋଡ଼ ଭାଙ୍ଗି ଯାଇଛି, ଜଣ କର ଗୋଟିଏ ଗୋଡ଼ ଭାଙ୍ଗିଛି, ଅନ୍ୟ ଜଣ କର ଗୋଟିଏ ହାତ ଭାଙ୍ଗି ଥିବା ବେଳେ ଜଣ କର ସାମାନ୍ୟ ଆଘାତ ଲାଗିଥିବା ପୋ



