ସୁନ୍ଦରଗଡ ତା:୧୪/୮/୨୦୨୧ ( ସନ୍ଧାନ ନିଉଜ /ରାଜୁ ପଟେଲ )ସବଡେଗା ବ୍ଲକ କୁରୁମକେଲ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳି ଝରିଆ ଗ୍ରାମରେ ଗରିବ ଓ ଆଦିବାସୀ ଛୁଆଙ୍କର ଶିକ୍ଷା ଉନ୍ନତି ଦୃଷ୍ଟିରୁ ଏଠାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଏହି ବିଦ୍ୟାଳୟ ୧୯୫୬ ମସିହାରେ ଶୁଭାରମ୍ଭ କରାଯାଇଥିଲା । ମାତ୍ର ଏବେ ଏହି ସ୍କୁଲ ବିପଦ ଅବସ୍ଥାରେ ରହିଥିବାବେଳେ ସ୍କୁଲର କଂକ୍ରିଟ ଖୋଳପା ବାହାରି ଖସିପଡୁଥିବା ସୂଚନା ମିଳିଛି । ଏହା ବ୍ୟତୀତ ଛଡ଼ ଗୁଡିକ ବାହାରକୁ ଦେଖାଯାଇ କହୁଛି ଯେପରି ପୁରାତନ ଦିନର
କଥା।ଏବେ ସ୍କୁଲର ଅବସ୍ଥା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅଵସ୍ଥା କୁ ଗତି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଆଖି ବନ୍ଦ କରି ଶୋଇ ପଡିଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି କାରଣରୁ ଛାତ୍ର ଓ ଛାତ୍ରୀ ସଂଖ୍ୟା କାମୁଥିବା ବେଳେ ଏବେ ୨୭ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ତାଙ୍କପାଇଁ ଜଣେ ଶିକ୍ଷକ ଅଛନ୍ତି । ଅଞ୍ଚଳରେ ଶିକ୍ଷା ଏକପ୍ରକାର ପ୍ରହସନ ପାଲଟିଛି ।ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟିଦେବାକୁ ବ୍ଲକ କଂଗ୍ରେସ ସଭାପତି ଶୁଭେନ୍ଦୁ ନାଏକ ଦାବି କରିଛନ୍ତି ।
ତେନ୍ତୁଳି ଝରୀଆ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ସଂକଟା ପନ୍ନ
|
August 14, 2021 |
