ତେନ୍ତୁଳିଝରିଆ ଗ୍ରାମରେ ଜଙ୍ଗଲୀ ହାତୀମାନଙ୍କର ଉପଦ୍ରବ

Spread the love

ସୁଦରଗଡ ,୧୮/୦୨/୨୦୨୧-(ସନ୍ଧାନ ନିଉଜ/ରାଜୁ ପଟେଲ)-  ସୁଦରଗଡ ଜିଲ୍ଲା ସବଡେ଼ଗା ବ୍ଲକ ଅନ୍ତର୍ଗତ ତେନ୍ତୁଳିଝରିଆ ଗ୍ରାମରେ ଦାନ୍ତ ହାତୀ ର ଉପଦ୍ରବ ବଢି ଚାଲଛି I ହାତୀ ଲୋକମାନଙ୍କର ଘର   ଭାଙ୍ଗି ଧାନ , ଚାଉଳ ଖାଇବା ସଂଗେ ସଂଗେ ଅନ୍ୟ ଜିନିଷ ନଷ୍ଟ କରିଦେଇଛନ୍ତି I ସୂଚନା ଅନୁସାରେ ତେନ୍ତୁଳି ଝରିଆ ର ପୁଡ଼ାଟୁଲି ଠାରେ ଦାନ୍ତ ହାତୀ ଉପଦ୍ରବ କରିଥିବା ଜଣI ପଡିଛି I ବନ ବିଭାଗ ତରଫରୁ ପ୍ରାଣପଣେ ଚେଷ୍ଟା କରିବା ସତ୍ୱେ ମଧ୍ୟ ହାତୀ କୁ କାବୁ କରିବା ପାଇଁ ବିଫଳ ହୋଇ ଥିଲେ I ସେହିପଡା ର ଶିଳବନୁସ କୁଲ୍ଲୁ , ଜୁହାନ କୁଲ୍ଲୁ , ଜୁଲେତା କୁଲ୍ଲୁ , ନିକୋଲସ କୁଲ୍ଲୁ , ଡେଭିଡ କୁଲ୍ଲୁ , ଲଜରୁଷ ସରେଙ୍ଗ ଙ୍କ ସମେତ ଆଉ କେତେକ ଘର ଭାଙ୍ଗି ଦେଇ ଥିବା ସୂଚନା ମିଳିଛି I ଏହି ପଡା ରେ ଶହେ ରୁ ଉର୍ଦ୍ଧ ଲୋକ ବାସ କରନ୍ତି I ବିଗତ କିଛି ମାସ ହେଲା ଜଙ୍ଗଲୀ ହାତୀ ମାନଙ୍କର ଉପଦ୍ରବ  ବଢ଼ିବାରେ ଲାଗିଛି I କିଛି ଦିନ ପୂର୍ବରୁ ତେନ୍ତୁଳିଝରିଆ ର ଡ଼ୁମେରପଡା ଠାରେ ଥିବା ଧନେଶ୍ୱର ମାଝୀ ଙ୍କର ଘର ହାତୀ ମାନେ ଭାଙ୍ଗି ଦେଇ ଥିଲେ I ସେହି ସମୟରେ ତଲସରା ବିଧାୟକ ଶ୍ରୀଯୁକ୍ତ “ଭବାନୀ ଭୋଇ” ଉକ୍ତ ଜାଗା ପରିଦର୍ଶନ କରିଥିଲେ ମଧ୍ୟ ଏଯାବତ କୌଣସି ସରକାରୀ ସହାୟତା ମିଳିପାରି ନାହିଁ I ଏହି କ୍ଷତିଗ୍ରସ୍ତ ଗ୍ରାମବାସୀ ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆ ଯାଇ ନାହିଁ I

Related Posts

About The Author

Add Comment