ତାମିଲନାଡୁରେ ଜଲ୍ଲିକଟ୍ଟୁ ପ୍ରତିଯୋଗିତା ଆରମ୍ଭ; ଅଂଶଗ୍ରହଣ କରିଛନ୍ତି ୧୧୦୦ ଷଣ୍ଢ ସହିତ ୬୦୦ ପ୍ରତିଯୋଗୀ

Spread the love

ମଦୁରାଇ: ୧୬/୧/୨୬ (ସନ୍ଧାନ ନ୍ୟୁଜ )  ତାମିଲନାଡୁର ମଦୁରାଇ ଜିଲ୍ଲାରେ ଶୁକ୍ରବାର ଜାଲ୍ଲିକାଟୁ ଅନୁଷ୍ଠିତ ହୋଇଯାଇଛି। ଜାଲ୍ଲିକାଟୁ ହେଉଛି ଏକ ବିବାଦୀୟ ପରମ୍ପରା ଯେଉଁଥିରେ ଷଣ୍ଢ କାବୁ କରିବାକୁ ପ୍ରତିଯୋଗିତା କରାଯାଏ। ଜଲ୍ଲିକଟ୍ଟୁ ଶବ୍ଦ ‘ଜଲ୍ଲି’ ସୁନା ରୁପାର ମୁଦ୍ରା ଓ କଟ୍ଟୁ ବାନ୍ଧି ହୋଇଥିବାରୁ ଆସିଛି। ଏହି ଖେଳରେ ଷଣ୍ଢ ପିଠିରେ ମୁଦ୍ରାଥିବା ଥଳି ବାନ୍ଧି ଦିଆଯାଇଥାଏ। ପ୍ରତିଯୋଗୀ ଷଣ୍ଢଙ୍କୁ ନିୟନ୍ତ୍ରଣ କରିଥାନ୍ତି। ଷଣ୍ଢକୁ କାବୁ କରିଥିବା ପ୍ରତିଯୋଗୀ ତଥା ସବୁଠୁ ଶକ୍ତିଶାଳୀ ଷଣ୍ଢକୁ ପୁରସ୍କୃତ କରାଯାଇଥାଏ। ଏହି ପ୍ରତିଯୋଗିତା ପାଇଁ ବିଶେଷ କରି ପୁଲିକୁଲମ ଓ କଙ୍ଗାୟମ ପ୍ରଜାତିର ଷଣ୍ଢଙ୍କୁ ବ୍ୟବହାର କରାଯାଇଥାଏ। ଚଳିତ ଥର ଏହି ପ୍ରତିଯୋଗିତା ପାଇଁ ୧,୧୦୦ ଷଣ୍ଢ ଏବଂ ୬୦୦ ଦାମନକାରୀ ଅର୍ଥାତ ଷଣ୍ଢଙ୍କୁ କାବୁ କରିବା ପାଇଁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି। ଯାହା ଚଳିତ ସିଜନର ଏହି ଅଞ୍ଚଳର ଦ୍ୱିତୀୟ ପ୍ରତିଯୋଗିତା ଅଟେ। ତାମିଲନାଡୁର ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଶୁକ୍ରବାର ସକାଳେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଅଭନିୟାପୁରମରେ ପ୍ରଥମ ଜାଲ୍ଲିକାଟୁ ଶେଷ ହେବା ପରେ ପାଲାମେଦୁରେ ଏହା ଆୟୋଜିତ ହୋଇଛି ଏବଂ ଶନିବାର ଅଲଙ୍ଗାନାଲୁରରେ ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧,୧୦୦ ବଳଦ ଏବଂ ୬୦୦ ଦାମନକାରୀ ଅନଲାଇନ୍ ମାଧ୍ୟମରେ ଏନେଇ ପଞ୍ଜିକରଣ କରିଥିଲେ। ବିଜୟୀ ଦାମନକାରୀ ଏବଂ ଷଣ୍ଢ ମାଲିକମାନଙ୍କୁ କାର୍, ବାଇକ୍ ଏବଂ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ମନ୍ତ୍ରୀ ପି. ମୂର୍ତ୍ତି, ମଦୁରାଇ ଜିଲ୍ଲାପାଳ କେ.ଜେ. ପ୍ରବୀଣ କୁମାର, ଅଭିନେତା ସୁରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ସୁରକ୍ଷା ବ୍ୟବସ୍ଥା ପାଇଁ ୨,୨୦୦ ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ଦର୍ଶକଙ୍କ ପାଇଁ ଦୁଇ ଡଜନ ଗ୍ୟାଲେରୀ ନିର୍ମାଣ କରାଯାଇଛି। ପ୍ରତି ରାଉଣ୍ଡର ସ୍କୋରକାର୍ଡ, ଷଣ୍ଢର ବିବରଣୀ ଏବଂ ଦାମନକାରୀଙ୍କ ସୂଚନା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ଏଲଇଡି ସ୍କ୍ରିନ୍ ମଧ୍ୟ ଲଗାଯାଇଛି। ଆହତମାନଙ୍କ ଚିକିତ୍ସା ପାଇଁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନେଇ ଏକ ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି। ସେମାନଙ୍କ ସହାୟତା ପାଇଁ ୧୨ଟି ଆମ୍ବୁଲାନ୍ସ, ୨ଟି ବାଇକ୍ ଆମ୍ବୁଲାନ୍ସ ଏବଂ ରେଡକ୍ରସ୍ ସୋସାଇଟିର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଅଛନ୍ତି। ପ୍ରାଣୀ ସମ୍ପଦ ବିଭାଗର ପଶୁ ଚିକିତ୍ସକଙ୍କ ଏକ ସ୍ୱତନ୍ତ୍ର ଦଳ ପ୍ରବେଶ ପଥରେ ଷଣ୍ଢମାନଙ୍କର ଯାଞ୍ଚ କରୁଛନ୍ତି  ମଦୁରାଇ ଜାଲ୍ଲିକାଟୁ କାର୍ଯ୍ୟସୂଚୀ ଅନୁଯାୟୀ, ଅଭନିୟାପୁରମରେ ପ୍ରଥମ କାର୍ଯ୍ୟକ୍ରମ ପରେ ଜାନୁଆରୀ ୧୬ରେ ପାଲାମେଡୁରେ ଏହା ଅନୁଷ୍ଠିତ ହୋଇଛି। ଆସନ୍ତା ଜାନୁଆରୀ ୧୭ରେ ଅଲଙ୍ଗାନାଲୁରଠାରେ ଶେଷ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଉଦ୍‌ଘାଟନ କରିବେ।

Related Posts

About The Author

Add Comment