ତଳସରା SBI ଗ୍ରାମ ସେବା କେନ୍ଦ୍ରରେ ଚୋରି ଉଦ୍ୟମ

Spread the love

ସୁନ୍ଦରଗଡ ତା:୨୨/୩/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ନିୟମିତ ଭାବରେ ସବଡେଗା ତଥା ବାଲିସଙ୍କରା ବ୍ଲକର ଚୋରି ବଢ଼ିବାରେ ଲାଗିଛି ।ଏହି କ୍ରମରେ ଗତକାଲି ତଳସରା ଥାନା ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରେ ଗତକାଲି ରାତ୍ର ପ୍ରାୟ ୨ଟା ସମୟରେ ଘଟିଥିବା ଗ୍ରାହକ ସେବାକେନ୍ଦ୍ର ର ମାଲିକ ସେବାକର ମାହାକୁଲ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ତଳସରା ଗ୍ରାମପଞ୍ଚାୟତ ର ଉପରେ ଥିବା ଦୁଇଟି କୋଠରିରେ ଲୋକଙ୍କୁ ବ୍ୟାଙ୍କ ସମ୍ପର୍କୀୟ ସମସ୍ତ ସୁବିଧା ଦିଆଯାଇଥାଏ । ପ୍ରତିଦିନ କାର୍ଯ୍ୟରେ ଶ୍ରୀଯୁକ୍ତ ସେବାକର ମହାକୁଳ ତାଲା ବନ୍ଦ କରି ଘରକୁ ଗଲେ । ରାତ୍ରି ପ୍ରାୟ ୧ଟା ସମୟରେ ଗ୍ରାହକ ସେବାକେନ୍ଦ୍ରର ଗେଟ୍ ପାଖରେ କିଛି ଶବ୍ଦ ଶୁଣା ଗଲାପରେ ସ୍ଥାନୀୟ ଲୋକେ ତାଙ୍କୁ ଫୋନ୍ ମାଧ୍ୟମରେ ଜଣାଇଲା ପରେ ସେ ଅତିଶୀଘ୍ର ଜାଗାକୁ ପହଞ୍ଚି ଥିଲେ । ଦେଖିଲା ବେଳକୁ ମୁଖ୍ୟ ଗେଟର୍ ଗ୍ରିଲ କଟାଯାଇଛି ଓ ଟର୍ଚ୍ଚ ମାରିଲା ବେଳକୁ ଦୁର୍ବୃତ୍ତ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଘଟଣା ସ୍ଥଲରେ ଲୁହା କଟର ସହ ଲୁହା ଶାବଳ ମିଳିଥିବା ଜଣାପଡିଛି । ଏହିପରି ଅନେକ ସମୟରେ ଚୋରି ଉଦ୍ୟମ ଅନେକ ଥର ଲଗିରହିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ନ ଦେବା ଜନସାଧାରଣଙ୍କ ପାଇଁ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥିବା ବୁଦ୍ଧିଜୀବୀ ମହଲରୁ ଜଣାପଡିଛି । ବିଗତ ଦିନ ତା: ୪/୧୨/୨୦୨୪ ରିଖ ରେ ମଧ୍ୟ ଏପରି ଢଙ୍ଗରେ ମଧ୍ୟ ଚୋରି ଉଦ୍ୟମ କରିଥିବା ଗ୍ରାହକ ସେବାକେନ୍ଦ୍ର ମାଲିକ ପ୍ରକାଶ କରିଛନ୍ତି । ବାରମ୍ବାର ପୋଲିସ ପ୍ରଶାସନ କୁ ଲିଖିତ ଅଭିଯୋଗ ପରେ ଓ ତଳସରା ଥାନା ପରିପାର୍ଶ୍ୱରେ ଥାଇ ମଧ୍ୟ ଏପରି କାର୍ଯ୍ୟ ହେବା ପ୍ରଶାସନ ପାଇ ଏକ ବଡ ପ୍ରଶ୍ନ । ଦେଖିବାକୁ ବାକୁ ରହିଲା ଆଇନ ଶୃଙ୍ଖଳା ସହିତ ଅପରାଧ କୁ ରୋକିବାପାଇ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋଷୀକୁ ଦଣ୍ଡ ଓ ଲୋକଙ୍କୁ ନ୍ୟାୟ ମିଳିବ।

Related Posts

About The Author

Add Comment