ଷ୍ଟିଲ ସିଟିରେ ଗାନ୍ଧୀଜୀଙ୍କ ଜୟଗାନ, ଶାସ୍ତ୍ରୀଜୀଙ୍କ ଗୁଣଗାନ

Spread the love
  •  
  •  
  •  
  •  
  •  

ରାଉରକେଲା, ୨/୧୦ (ସନ୍ଧାନ ନିୟୁଜ): ଆଜି ରାଉରକେଲାର କୋଣ ଅନୁକୋଣରେ ଅହିସାଂର ପୂଜାରୀ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଓ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ରାଉରକେଲା ଜିଲ୍ଲା କଂଗ୍ରେସ ସମେତ ରାଉରକେଲା ଇସ୍ପାତ କାରଖାନା(ଆରଏସପି), ରାଉରକେଲା ସଚେତନ ନାଗରିକ ମଂଚ,ଚିନ୍ମୟ ପବ୍ଲିକ ସ୍କୁଲ, ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ଠାରେ ଏହି ଦୁଇ ମହାପରୁଷଙ୍କ ଜୟନ୍ତୀ ପାଳନ କରାଯାଇଥିଲା ।
ସେହିପରି ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଂଟ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ବିଦ୍ୟା ଷ୍ଟଡ଼ି ପଏଂଟର ଛାତ୍ର ଛାତ୍ରୀମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଶିକ୍ଷକ ସୁନୀଲ ସାମଲ, ଚନ୍ଦ୍ର ଶେଖର ମୁନୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ କାର୍ୟ୍ୟାଳୟରେ ମଧ୍ୟ ମହାତ୍ମାଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା । ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ।

Report- S Nayak

 

Related Posts

About The Author

Add Comment