ସୁନ୍ଦରଗଡ଼ ତା:୨୮/୫/୨୫ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ରାସ୍ତା ଅତ୍ୟଧିକ ବୁଲାଣୀ ହେବା ସହିତ ଅଣ ଓସାରିଆ ହେବା କାରଣରୁ ଅନେକ ସମୟ ରେ ଭିଡ ରହୁଥିବା ଦେଖିବାକୁ ମିଳିଥାଏ । ଏହି ରାସ୍ତା ଝାରଖଣ୍ଡ କୁ ସଂଯୋଗ କରୁଥିବା ସହିତ ମୁଖ୍ୟ ରାସ୍ତାରେ ଅନବରତ ଭାରିଯାନ୍ ରୀତିମତ ଭାବରେ ଯାତାୟତ କରୁଥିବା ଅଞ୍ଚଳ ବାସୀଙ୍କ ସୁତ୍ରରୁ ପ୍ରକାଶ । ତା ସହିତ ଏହି ମୁଖ୍ୟ ରାସ୍ତାରେ ତଳସରା ମୁଖ୍ୟ ଥାନା ରହିଥିବା ବେଳେ ରୀତିମତ ଭାବରେ ବୁଳାଣୀ ରାସ୍ତାରେ ଦୁର୍ଘଟଣା ହେଉଥିବା ସୂତ୍ରରୁ ପ୍ରକାଶ । ବାଲିଶଙ୍କରା ବ୍ଲକର ଏହି ତଳସରା ଷ୍ଟେଟ ବ୍ୟାଙ୍କ ଉପରେ ସମସ୍ତ ବ୍ଲକର ଲୋକେ ନିର୍ଭର ଥିବାବେଳେ ପ୍ରାୟ ୩୦ ହଜାର ଆକାଉଣ୍ଟ ଧାରି ରହିଛନ୍ତି । ପ୍ରତିଦିନ ବ୍ୟାଙ୍କକୁ ପ୍ରାୟ ଏକ ହଜାର ଲୋକ ଆସୁଥିବା ବେଳେ ସ୍ଥାନୀୟ ଥାନାକୁ ଅନେକ ଲୋକ ନିଜ ଅଭିଯୋଗ ନେଇ ଆସୁଥିବା ଜଣାପଡିଛି । ତା ସହିତ ପ୍ରତିଦିନ ଏହି ରାସ୍ତାରେ ସ୍କୁଲ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ରୀତିମତ ଭାବରେ ଯିବା ଆସିବା କରୁଛନ୍ତି । ତଳସରା ଏକ ନିର୍ବାଚନ ମଣ୍ଡଳୀ ସହିତ ମୁଖ୍ୟ ଥାନା ଥାଇ ମଧ୍ୟ ରାସ୍ତାର ଉନ୍ନତିକରଣ ନ ହେବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ବିଗତ ଅନେକ ସମୟ ଧରି ରାସ୍ତାର ଏକ ପାର୍ଶ୍ବରେ ଅବୈଧ ଭାବରେ ଲୋକେ ଘର କରି ନିଜ ସ୍ୱାର୍ଥ ସାଧିତ କରୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଏହି ସ୍ଥାନରେ ରୀତିମତ ଭାବରେ ଦୁର୍ଘଟଣା ହେଉଥିବାରୁ ରାସ୍ତାର ଉନ୍ନତି କରଣର ପାଇଁ ଅଞ୍ଚଳବାସି ଅନେକ ସମୟ ଧରି ଅଭିଯୋଗ କରି ଆସୁଛନ୍ତି ।ତା ସହିତ ବ୍ୟାଙ୍କ ପାଇଁ ଉପଯୁକ୍ତ ସ୍ଥାନର ବ୍ୟବସ୍ଥା କରିବାକୁ ଦାବି କରି ଆସୁଥିବା ଅଞ୍ଚଳ ବାସୀଙ୍କ ସୂତ୍ରରୁ ପ୍ରକାଶ । ବ୍ୟାଙ୍କ ସମ୍ମୁଖରେ ବହୁ ସଂଖ୍ୟାରେ ଦୁଇ ଚକିଆ ଯାନର ଲମ୍ବା ଲାଇନ ସାଙ୍ଗକୁ ଅନବରତ ଭାରୀଯାନ ର ଚଳାଚଳ ପ୍ରତିଟି ମୂହୁର୍ତ୍ତ ମୃତ୍ୟୁର ଆଶଙ୍କାକୁ ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଅଞ୍ଚଳ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେଇ ତାର ସ୍ଥାୟୀ ସମାଧାନ କରିବ ?