ତଳସରା ବସଷ୍ଟାଣ୍ଡ ବନଦୁର୍ଗା ମନ୍ଦିରରେ ଚୋରି, ପୋଲିସର ତଦନ୍ତ ଜାରି

Spread the love

ସୁନ୍ଦରଗଡ଼,ତା:୭/୩/୨୫ରିଖ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଗତ ତା:୪/୩/୨୦୨୫ରିଖ ରବିବାର ଦିନ ପ୍ରାୟ ୧୧ଟା ରୁ ୪ଟା ସମୟ ଭିତରେ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଛକ ଘାଟି ତଳେ ଥିବା ବନ ଦୁର୍ଗା ମନ୍ଦିର ରୁ କେହି ଦୁର୍ବୁତ୍ତ ମନ୍ଦିର ତାଲା ସହିତ ଶିକୁଳି ତାଡି ପୂଜା ସାମଗ୍ରୀ ଚୋରି କରି ନେଇଯାଇଥିବା ଜଣାପଡିଛି l ସୂଚନା ଅନୁସାରେ ମନ୍ଦିର ର ପୂଜାରୀ ସକାଳୁ ପୂଜାରୀ ମନ୍ଦିର କୁ ପୂଜା କରିବାକୁ ଆସିଥିଲେ l ସେ ପୂଜା କରି ଗଲା ପରେ ଏ ପ୍ରକାର ଘଟଣା ଘଟିଛି ବୋଲି ସେ ପ୍ରକାଶ କରିଛନ୍ତି l ସନ୍ଧ୍ୟା ସମୟ ରେ ପୂଜକ ଜଣକ ଆସି ଦେଖିବା ବେଳେ ଶିକୁଳି ତାଡି ମନ୍ଦିର ପୂଜା ସାମଗ୍ରୀ ନ ଥିବା ପୂଜକ ପ୍ରକାଶ କରିଛନ୍ତି l ଏ ବିଷୟ ରେ ତଲସରା ଥାନା କୁ ଏକ ଦରଖାସ୍ତ ଦ୍ଵାରା ଅବଗତ କଲା ପରେ ତଲସରା ଥାନା ଅଧିକାରୀ ଏହାର ତଦନ୍ତ ଚଳାଇ ଥିବା ଜଣା ଯାଇଛି l

Related Posts

About The Author

Add Comment