ତଳସରା ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ଲାଗିଛି ଦୁର୍ଘଟଣାର ଝଡ

Spread the love

ତଳସରା ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ଲାଗିଛି ଦୁର୍ଘଟଣାର ଝ

ସୁନ୍ଦରଗଡ ତା:୨୯/୬/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଅଞ୍ଚଳରେ ଦୁର୍ଘଟଣା ହେବାରେ ଲାଗିଛି।ପ୍ରଶାସନର ଅନିୟମିତତା ଓ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ସବଡେଗା ବ୍ଲକ ଅନ୍ତର୍ଗତ କୁରୁମକେଲ ର ମୁଖ୍ୟ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଚାଲକର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା ସନ୍ଧ୍ୟା ସମୟରେ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଦୁର୍ଘଟଣାଗ୍ରସ୍ଥ ଙ୍କୁ ଅତିଶୀଘ୍ର ସବଡେଗା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇ ଥିଲେ । ସବଡେଗା ମୁଖ୍ୟ ଚିକିତ୍ସାଳୟ ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି । ମୃତକ ବ୍ୟକ୍ତିଙ୍କ ଚିହ୍ନଟ ହୋଇପାରି ନ ଥିବା ସୂଚନା ରହିଛି ।ତଳସରା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇଥିବା ସୂତ୍ରରୁ ପ୍ରକାଶ ।

Related Posts

About The Author

Add Comment