ତଲସରା ନିର୍ବାଚନ ମଣ୍ଡଳୀର ଆଗାମୀ ଦିନପାଇଁ ବିଜେପିରେ ସଂଖ୍ୟାଧିକ କର୍ମୀ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ ତା:୨୬/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ନିଜର ରଣ କୌଶଳ ତିଆରି କରିବାରେ ଲାଗିଛନ୍ତି ।ଏହି ପରିପେକ୍ଷିରେ ତଲସରା ନିର୍ବାଚନ ମଣ୍ଡଳୀର ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଅଲାପକା ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସରଫଗଡ଼ ବିଜେପି ମଣ୍ଡଳ ସଭାପତି ହୀରାଧରଙ୍କ ତତ୍ୱାବଧାନରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତଲସରା ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହିତ ବିଜେପିର ହାତକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ବହୁତ ବର୍ଷପରେ ତଲସରା ନିର୍ବାଚନ ମଣ୍ଡଳୀରେ ଅରାଜକତାର ଅନ୍ତ ହେବା ସହିତ ନୂତନ ଦିଗରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ସେ ପ୍ରତିବଦ୍ଧ ବୋଲି ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସଂଖ୍ୟାଧିକ କର୍ମୀ ଏହି ଦଳରେ ଯୋଗ ଦେଇଛନ୍ତି ।

Related Posts

About The Author

Add Comment